ETV Bharat / bharat

ଦୁରଦର୍ଶନ ସମେତ ଅନ୍ୟ ଚ୍ୟାନେଲରେ ହେବ ରଥଯାତ୍ରାର ସିଧାପ୍ରସାରଣ

author img

By

Published : Jun 22, 2020, 10:06 PM IST

ମଙ୍ଗଳବାର ଦୁରଦର୍ଶନ ଏବଂ ଅନ୍ୟ ଚ୍ୟାନେଲରେ ରଥଯାତ୍ରାର ସିଧାପ୍ରସାରଣ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ଅଧିକ ପଢନ୍ତୁ...

ଦୁରଦର୍ଶନ ବ୍ୟତିତ ଅନ୍ୟ ଚ୍ୟାନେଲରେ ରଥଯାତ୍ରାର ହେବ ସିଧାପ୍ରସାରଣ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ପର୍ଯ୍ୟାୟ ଚୂଡାନ୍ତ ହୋଇଛି । ବିନା ଭକ୍ତରେ ରଥଯାତ୍ରା ସମ୍ପନ୍ନ କରାଇବାକୁ ସର୍ତ୍ତମୂଳକ ଅନୁମତି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କୌଣସି ବି ଭକ୍ତଙ୍କୁ ବଡଦାଣ୍ଡକୁ ଆସିବାକୁ ବାରଣ କରାଯାଇଛି । ଏପରିସ୍ଥଳେ ଭକ୍ତ କିପରି ନିଜ ମହାପ୍ରଭୁଙ୍କୁ ଘରେ ରହି ଭଲରେ ଦର୍ଶନ କରିପାରିବେ, ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ମଙ୍ଗଳବାର ଦୁରଦର୍ଶନ ଏବଂ ଅନ୍ୟ ଚ୍ୟାନେଲରେ ରଥଯାତ୍ରାର ସିଧାପ୍ରସାରଣ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ରଥଯାତ୍ରାର ସିଧାପ୍ରସାରଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି ଜାଭଡେକର ।

ସେହିପରି ଜଗନ୍ନାଥଙ୍କ ରଥଯାତ୍ରାକୁ ଅନୁମତି ମିଳିଥିବାରୁ ସମଗ୍ର ଦେଶବାସୀ ଖୁସି ଅଛନ୍ତି । ଏନେଇ ସୁପ୍ରମକୋର୍ଟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.