ETV Bharat / bharat

ଗେହଲଟଙ୍କ ବଡଭାଇ ଘରେ ଇଡିର ଚଢାଉ, ବିଜେପି ଉପରେ ବର୍ଷିଲେ ସୁରଜେୱାଲା

author img

By

Published : Jul 22, 2020, 2:03 PM IST

ବିଜେପି ଗେହଲଟ ସରକାରଙ୍କୁ ପଦରୁ ହଟାଇବା ପାଇଁ ଷଡଯନ୍ତ୍ର କରି ଏଭଳି କରୁଥିବା ଅଭିଯୋଗ କରିଛି କଂଗ୍ରେସ। ବିଜେପି କ୍ରମାଗତ ଭାବରେ କଂଗ୍ରେସର ନିର୍ବାଚିତ ସରକାରକୁ ହଟାଇବାକୁ ଚେଷ୍ଟା କରୁଛି ବୋଲି ଦଳର ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ।

ରଣଦୀପ ସୁରଜେୱାଲା
ରଣଦୀପ ସୁରଜେୱାଲା

ନୂଆଦିଲ୍ଲୀ : ରାଜସ୍ଥାନରେ ଗୋଟିଏ ପଟେ ରାଜନୈତିକ ଉତ୍ତେଜନା ଦେଖାଦେଇଛି ଏବଂ ଅନ୍ୟପଟେ ସିବିଆଇ, ଇଡି ଏବଂ ଇନକମ ଟ୍ୟାକ୍ସର ଚଢାଉ ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ବୁଧବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଡଭାଇ ଘରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଢାଉ‌ କରିଛି । ଯାହାକୁ ନେଇ ବିଜେପି ଉପରେ ବର୍ଷିଛି କଂଗ୍ରେସ । ବିଜେପି ଗେହଲଟ ସରକାରଙ୍କୁ ପଦରୁ ହଟାଇବା ପାଇଁ ଷଡଯନ୍ତ୍ର କରି ଏଭଳି କରୁଥିବା ଅଭିଯୋଗ କରିଛି କଂଗ୍ରେସ। ବିଜେପି କ୍ରମାଗତ ଭାବରେ କଂଗ୍ରେସର ନିର୍ବାଚିତ ସରକାରକୁ ହଟାଇବାକୁ ଚେଷ୍ଟା କରୁଛି ବୋଲି ଦଳର ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ।

ସୁରଜେୱାଲା ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଦିଲ୍ଲୀରେ ବସିଥିବା ବିଜେପିର ଶାସକମାନେ ଅହଂକାରୀ ପାଲଟିଛନ୍ତି । ସେମାନେ ଭାବୁଛନ୍ତି ଯେ କେନ୍ଦ୍ରରେ କ୍ଷମତାରେ ଥିବା ସରକାର ଅନ୍ୟ ରାଜ୍ୟର ନିର୍ବାଚିତ ସରକାରକୁ ଯେତେବେଳେ ଚାହିଁବେ ସେତେବେଳେ ହଟାଇ ପାରିବେ। ରାଜସ୍ଥାନର ଗେହଲଟ ସରକାରଙ୍କୁ ହଟାଇବା ପାଇଁ ବିଜେପିର ସମସ୍ତ ପ୍ରୟାସ ବିଫଳ ହେବା ପରେ ସେମାନେ ଏବେ ନୂଆ ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟର 8 କୋଟି ଜନତା ଏବଂ ବିଧାୟଙ୍କ ନିଷ୍ପତ୍ତି ବଦଳାଇବାରେ ଫେଲ ମାରିବା ପରେ ବିଜେପି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଡି ପଠାଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଡ ଭାଇ ଅଗ୍ରସେନ ଗେହଲଟଙ୍କ ଘରେ ଚଢାଉ ଆରମ୍ଭ କରିଛନ୍ତି ବୋଲି ସୁରଜେୱାଲା ଅଭିଯୋଗ କରିଛନ୍ତି ।

ଏହା ପୂର୍ବରୁ ଜୁଲାଇ 13 ତାରିଖରେ କଂଗ୍ରେସ ନେତା ରାଜୀବ ଅରୋରା, ଧର୍ମେନ୍ଦ୍ର ରାଠୋଡ ଏବଂ ହୋଟେଲ ଫେୟାରମେଣ୍ଟର ମାଲିକ ରତନ ଶର୍ମାଙ୍କ ଘରେ ଇଡି ଏବଂ ଆଇଟି ଚଢାଉ କରିଥିଲା । ତେବେ ସେମାନଙ୍କୁ ଡରାଇବା ଉଦ୍ଦେଶ୍ୟରେ ବିଜେପି ଏଭଳି କରିଥିବା ସୁରଜେୱାଲା ଅଭିଯୋଗ କରିଛନ୍ତି । ବିଜେପି ଏହି ଷଡଯନ୍ତ୍ରରେ ବିଫଳ ହେବା ପରେ ଜୁଲାଇ 20 ଏବଂ 21ରେ ଆଇଟି ପରେ ସିବିଆଇ ପଠାଇଥିଲା । ବିଜେପିର କହିବା ଅନୁସାରେ ରାଜସ୍ଥାନର ବିଧାୟକ କୃଷ୍ଣା ପୁନିଆଙ୍କୁ ସିବିଆଇ ପଚରାଉଚାରା କରିଥିଲା ବୋଲି ସୁରଜେୱାଲା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.