ରାଞ୍ଚି: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ରାଞ୍ଚିର ସିଭିଲ କୋର୍ଟ ନୋଟିସ ଜାରି କରିଛି । ରାହୁଲଙ୍କ 'ମୋଦି ଚୋର ହୈ' ବୟାନକୁ ନେଇ ଏହି ନୋଟିସ ଜାରି ହୋଇଥିବା ଜଣାପଡିଛି । ରାହୁଲଙ୍କୁ 22 ଫେବୃଆରୀରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଞ୍ଚି ସିଭିଲ କୋର୍ଟ ।
ରାହୁଲଙ୍କ 'ମୋଦି ଚୋର ହୈ' ବୟାନକୁ ନେଇ କୋର୍ଟରେ ଅଭିଯୋଗ ହୋଇଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ସମୟରେ ରାଞ୍ଚିର ମୋରହାବାଦୀ ମୈଦାନରେ ଏହି ବୟାନ ଦେଇଥିଲେ । ରାହୁଲ ନରେନ୍ଦ୍ର ମୋଦି, ଲଳିତ ମୋଦି, ନୀରବ ମୋଦିଙ୍କ ନାଁ ନେବା ସହ ଯାହାଙ୍କ ନାଁରେ ମୋଦି ଯୋଡି ହୋଇଛି, ସେମାନେ ସମସ୍ତେ ଚୋର ବୋଲି କହିଥିଲେ ।