ETV Bharat / bharat

ତେଲେଙ୍ଗାନା ବର୍ଷା ବିଭୀଷିକା: ରାମୋଜୀ ଗ୍ରୁପ ପକ୍ଷରୁ 5 କୋଟି ସହାୟତା

ତେଲେଙ୍ଗାନା ବର୍ଷା ପୀଡିତଙ୍କୁ ସାହାଯ୍ୟର ହାତ ବଢାଇଛି ରାମୋଜୀ ଗ୍ରୁପ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ରାମୋଜୀ ଗ୍ରୁପ ପକ୍ଷରୁ 5 କୋଟି ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯାଇଛି ।

author img

By

Published : Oct 22, 2020, 3:24 PM IST

Updated : Oct 22, 2020, 6:33 PM IST

Ramoji group donates of Rs. 5 Crores
ତେଲେଙ୍ଗାନା ବର୍ଷା ବିତ୍ପାତ: ରାମୋଜୀ ଗ୍ରୁପ ପକ୍ଷରୁ 5 କୋଟି ପ୍ରଦାନ

ହାଇଦ୍ରାବାଦ: ତେଲେଙ୍ଗାନା ବର୍ଷା ପୀଡିତଙ୍କୁ ସହାୟତାର ହାତ ବଢାଇଛି ରାମୋଜୀ ଗ୍ରୁପ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରାମୋଜୀ ଗ୍ରୁପ ପକ୍ଷରୁ 5 କୋଟି ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ରାମୋଜୀ ଗ୍ରୁପ ଅଫ କମ୍ପାନୀର ଚେୟାରମ୍ୟାନ ରାମୋଜୀ ରାଓ । ରାମୋଜୀ ଗ୍ରୁପର ଜଣେ ପ୍ରତିନିଧି ଆଇଟି ମନ୍ତ୍ରୀ କେଟି ରାମା ରାଓଙ୍କୁ ଗୁରୁବାର ଏହି ଚେକ୍ ଦେଇଛନ୍ତି ।

ଗତ ସପ୍ତାହରେ ତେଲେଙ୍ଗାନାରେ ତାଣ୍ଡବ ରଚିଥିଲା ବର୍ଷା । ବର୍ଷା ବିଭୀଷିକାରେ ଉଜୁଡି ଯାଇଛି ବ୍ୟାପକ ଧନ ଜୀବନ । ବେସାହାରା ହୋଇ ଯାଇଛନ୍ତି ଅନେକ ଲୋକ । ଏଥିରେ ମୋଟ 70 ଜଣ ପ୍ରାଣ ହରାଇଥିବାବେଳେ କେବଳ ହାଇଦ୍ରାବାଦ ସହରରେ 19 ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାଥମିକ ତଦନ୍ତ ଅନୁଯାୟୀ ରାଜ୍ୟରେ 5 ହଜାର କୋଟିରୁ ଅଧିକ ସମ୍ପତ୍ତିର କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି । ମହାମାରୀ କାଳରେ ଏଭଳି ବର୍ଷା ବିତ୍ପାତ ତେଲେଙ୍ଗାନା ପାଇଁ ଚଡକ ସାଜିଛି ।

ଏଭଳି ସମ୍ବେଦନଶୀଳ ମୂହୁର୍ତ୍ତରେ ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ରାମୋଜୀ ଗ୍ରୁପ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରାମୋଜୀ ଗ୍ରୁପ ପକ୍ଷରୁ ଗୁରୁବାର 5 କୋଟି ଟଙ୍କା ଅନୁଦାନ ରାଶି ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଅନେକ ରାଜ୍ୟ ମଧ୍ୟ ତେଲେଙ୍ଗାନାକୁ ସହାୟତାର ହାତ ବଢ଼ାଇଛନ୍ତି ।

ତେବେ ଏ ଯାଏଁ ବି ସେହି ବର୍ଷା ବିଭୀଷିକାର ଚିହ୍ନ ଲିଭି ନଥିବାବେଳେ ଏବେ ପୁଣି ଏକ ବଡ଼ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ମୁକାବିଲା ପାଇଁ ସତର୍କ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 22, 2020, 6:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.