ETV Bharat / bharat

କାଲି ଶପଥ ନେବେ କେଜ୍ରିୱାଲ, ସଜେଇ ହେଉଛି ରାମଲୀଳା ମୈଦାନ

author img

By

Published : Feb 15, 2020, 6:10 PM IST

ପ୍ରସ୍ତୁତ ହେଉଛି ରାମଲୀଳା ମୈଦାନ । ଚାରି ଦିନ ଧରି ରାମଲୀଳା ମୈଦାନରେ ଚାଲିଛି ପ୍ରସ୍ତୁତି । ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

Ramlila maidan getting ready for tomorrow aoth ceremony
ଫାଇଲ ଫଟୋ

ନୂଆଦିଲ୍ଲୀ: ଆସନ୍ତାକାଲି (ରବିବାର) ତୃତୀୟ ଥର ପାଇଁ ରାଜ୍ୟ ଭାର ସମ୍ଭାଳିବେ ଅରବିନ୍ଦ କେଜ୍ରିୱାଲ । ତାଙ୍କର କ୍ୟାବିନେଟ ମନ୍ତ୍ରୀ ମଣ୍ଡଳର 6 ମନ୍ତ୍ରୀଙ୍କ ସହ ନେବେ ଶପଥ । ଏନେଇ ପ୍ରସ୍ତୁତ ହେଉଛି ଦିଲ୍ଲୀ ରାମଲୀଳା ମୈଦାନ । ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ।

Ramlila maidan getting ready for tomorrow aoth ceremony
ପ୍ରସ୍ତୁତ ରାମଲୀଳା ମୈଦାନ

ଶପଥ ଗ୍ରହଣ ସମାରୋହ ପାଇଁ ରାମଲୀଳା ମୈଦାନରେ ବ୍ୟାପକ ଆୟୋଜନ ଚାଲିଛି । ପ୍ରାୟ 4 ଦିନ ହେବ ଏଠାରେ ଦିନ ରାତି ଚାଲିଛି କାମ । କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶପଥ ଗ୍ରହଣ ସମାରୋହରେ ସାମିଲ ରହିବାକୁ ନିମନ୍ତ୍ରଣ ପଠାଇଛନ୍ତି । ଶନିବାର ସକାଳ 10ଟାରେ ଆରମ୍ଭ ହେବ ଶପଥ ଗ୍ରହଣ ଉତ୍ସବ ।

ସୂଚନା ଅନୁସାରେ, ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚରେ 62ଟି ଆସନରେ ବିଜୟୀ ହୋଇଥିଲା ଆମ ଆଦମୀ ପାର୍ଟି । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର 8 ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ । କଂଗ୍ରେସ ଖାତା ବି ଖୋଲିପାରି ନଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.