ETV Bharat / bharat

ରାମଗୋପାଳ ବର୍ମାଙ୍କ ବିବାଦୀୟ ବୟାନ

ରାମଗୋପାଳ ଯାଦବ ପୁଲଓ୍ବାମା ଆକ୍ରମଣକୁ ଷଡଯନ୍ତ୍ରର ନାଁ ଦେଇଛନ୍ତି। ଏପରି ମତକୁ ହୀନ ରାଜନୀତି ବୋଲି କହିଛନ୍ତି ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଫାଇଲ ଫଟୋ
author img

By

Published : Mar 22, 2019, 10:25 AM IST

Updated : Mar 22, 2019, 2:00 PM IST

ଇଟଓ୍ବା: ସମାଜବାଦୀ ପାର୍ଟିର ମହାସଚିବ ରାମଗୋପାଳ ଯାଦବ ପୁଲଓ୍ବାମା ଆକ୍ରମଣକୁ ଷଡଯନ୍ତ୍ରର ନାଁ ଦେଇଛନ୍ତି। ସେ କହିଛନ୍ତି, ବିଜେପି ସରକାର ଭୋଟ ହାତେଇବା ପାଇଁ ସେନାଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇଛି। ଅର୍ଦ୍ଧସୈନ୍ୟବଳ ଏହି ସରକାରର ଶାସନରେ ଦୁଃଖିତ ଅଛନ୍ତି। ଯେତେବେଳେ ସରକାର ବଦଳିବ ପୁଲଓ୍ବାମା ଆକ୍ରମଣର ଯାଞ୍ଚ କରାଯିବ ଓ ଏଥିରେ ବରିଷ୍ଠ ଲୋକମାନଙ୍କ ହାତ ଥିବାର ପର୍ଦ୍ଦାଫାସ ହେବ।

ରାମଗୋପାଳ କହିଛନ୍ତି ଯେ, ଜମ୍ମୁକାଶ୍ମୀରରେ କୌଣସି ସୁରକ୍ଷା ଯାଞ୍ଚ କରାଯାଇ ନଥିଲା । ସିଆରପିଏଫ୍ ଯବାନ ସାଧାରଣ ବସରେ ଯାତ୍ରା କରୁଥିଲେ। ଏହା ଏକ ଷଡଯନ୍ତ୍ର । ତେବେ ଏହି ବୟାନ ପରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାମଗୋପାଳଙ୍କ ମତକୁ ସବୁଠାରୁ ହୀନ ରାଜନୀତି ବୋଲି କହିଛନ୍ତି । ଏପରି ବୟାନ ପାଇଁ ଜନତାଙ୍କୁ ଭୁଲ୍ ମାଗିବା ଉଚିତ୍।

14 ଫେବୃଆରୀ ଦିନ ପୁଲଓ୍ବାମାରେ ଆତଙ୍କୀ ଆକ୍ରମଣରେ 40ଯବାନ ଶହୀଦ ହୋଇଥିଲେ। ତେବେ ଆକ୍ରମଣର ଠିକ୍ 13ଦିନ ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟରେ ଏୟର ଷ୍ଟ୍ରାଇକ କରାଯାଇ ଜୈସ ଆତଙ୍କୀ ଶିବରକୁ ଉଡାଇ ଦିଆଯାଇଥିଲା।

2103AND_PKG_DALA PARBA_ANANDAPUR_SMRUTI RANJAN BIHARI
ଆଙ୍କର-ପରିବାରର ମଙ୍ଗଳ ପାଇଁ ମା ମନେ କେତେ କଣ ଓଷା ବ୍ରତ ପାଳନ କରିଥାନ୍ତି। କେତେ ଦିଅ ଦେବତାକୁ ପୂଜା କରିଥାନ୍ତି। ନିଜ ସନ୍ତାନ ଓ ସ୍ୱାମୀ ର ମଙ୍ଗଳ କାମନା ପାଇଁ ଅପରଂପରା କେଉଁ ଆଦୀମକାଳରୁ ଚଳିଆସୁଛି। ଆଧୁନିକ ଯୁଗରେ ବିଜ୍ଞାନ ର ସହମତି ନଥିଲେ ମଧ୍ୟ ଲୋକ ମାନଙ୍କର ବିଶ୍ଵସ ଆଜିବି ଉଜିବିତ ଅଛି। ଆମ ସଂସ୍କୃତି ଆମ ପରମ୍ପରା ରେ ଦିଅ ଦେବତା ଙ୍କୁ ବିଶ୍ୱାସ ଓ ତାର ପୂଜନ ଆଜିବି ଆମମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ଏହି ବିଶ୍ୱାସ କୁ ନେଇ କେଉଁ ଆଦିମ କାଳରୁ ପାଳନ କରୁଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଗୁହାଳିଆ ର ଡାଳ ପର୍ବ।

ଭିଓ-୧-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଗୁହାଳିଆ ଗ୍ରାମରେ ଥିବା ଗ୍ରାମ ଦେବତୀ ଙ୍କର କେଉଁ ଆଦିମ କାଳରୁ ବର୍ଷରେ ଥରେ ପାଳିତ ହୋଇଆସୁଛି ଡାଳ ପର୍ବ। ଶ୍ରଦ୍ଧାଳୁ ମନେ ଉପବାସ ରହି ପରିବାରର ମଙ୍ଗଳ କାମନା ପାଇଁ ଏହି ପର୍ବ ପାଳନ କରିଥାନ୍ତି। ସକାଳୁ ମାଙ୍କୁ ଦେହୁରୀ ପୂଜାର୍ଚ୍ଚନା କରିବା ପରେ ଶ୍ରଦ୍ଧାଳୁ ମନେ ଦର୍ଶନ କରି ଭୋଗ ଲଗାଇଥାନ୍ତି। ମା କାଲିସି ରୂପରେ ବବ୍ରିଭାବ ହୋଇ ଭକ୍ତ ମାନଙ୍କ ସମସ୍ୟାର ସମାଧାନ ବାଟ କରିଥାନ୍ତି। ବିଶ୍ୱାସ ଅଛି ଯିଏ ଯାହା ମାନସିକ କରି ବ୍ରତ କରିଥାଏ ମା ତାର ମନସ୍କାମନା ପୁରଣ କରିଥାନ୍ତି।

ଭିଓ-୨-ବୈଗାନିକ ଯୁଗରେ ଏ ଅନ୍ଧ ବିଶ୍ୱାସ କୁ ବିଶ୍ୱାସ କରି କେଉଁ ଆଦିମ କାଳରୁ ପାଳନ ପାଳନ କରିଆସୁଛନ୍ତି ଏହି ଡାଳ ପର୍ଵ । ଡାଳ ପର୍ଵ ଏଇଥିପାଇଁ ଦିଆ ଯାଇଛି ମାଙ୍କୁ କେବଳ ଜାମୁ ଡାଳରେ ଛାଉଣୀ କରି ପର୍ଵ କରାଯାଏ । ପ୍ରଥମେ ମାଙ୍କ ପାଖରେ ଭୋଗ ଲାଗି ହୋଇଥାଏ। ପରେ ଘଣ୍ଟ, କ୍ରୀତନ ଓ ଘୋଡ଼ା ନାଚ କରି ଗ୍ରାମ ପରିକ୍ରମା କରିଥାନ୍ତି। କେବଳ ଗୁହାଳିଆ ବାସୀ ନୁହେଁ ପାଖଆଖ ୧୫ଟି ଗ୍ରାମର ଭକ୍ତ ମାନେ ଆସି ଏ ଓଷା କରିଥାନ୍ତି। ଏବଂ ଯେଉଁ ଶ୍ରଦ୍ଧାଳୁ ମାନସିକ କରି ଓଷା କରିଥାଏ ତାହା ପୂରଣ ହେଲେ ମଙ୍କ ପୂଜାର୍ଚ୍ଚନା କରିବା ସହିତ ଭୋଗ କରି ଛୋଟ ଛୁଆ ମାନଙ୍କୁ ବାଣ୍ଟି ଥାଏ।

ଏଫଭିଓ-ବିଜ୍ଞାନ ର ସହମତି ନଥିଲେ ମଧ୍ୟ ବିଶ୍ୱାସ ର ଏହି ଓଷା ଆଖପାଖରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।

ବାଇଟି-1-କୁଳମଣୀ ଜେନା, ଗ୍ରାମବାସୀ
ବାଇଟି-୨-ଶତୃଘ ଜେନା, ଗ୍ରାମବାସୀ
ବାଇଟି-୩-ଗୋରିଆ ପଣ୍ଡା, ଦେହୁରୀ
ବାଇଟି-୪-ଶ୍ରଦ୍ଧାଳୁ

ଆନନ୍ଦପୁର ରୁ ସ୍ମୃତି ରଞ୍ଜନ ବିହାରୀ ଈଟିଭି
Last Updated : Mar 22, 2019, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.