ନୂଆଦିଲ୍ଲୀ: କେବଳ ସପ୍ତମ ପର୍ଯ୍ୟାୟ ନୁହେଁ, ବରଂ ପୁରା ଲୋକସଭା ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀଙ୍କ ନାମ ରମେଶ ଶର୍ମା ବୋଲି ଜଣାପଡିଛି ।
ରମେଶ ପାଟଳିପୁତ୍ରରୁ ନିର୍ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଥିବାବେଳେ ତାଙ୍କର ସର୍ବମୋଟ ସମ୍ପତ୍ତି 1107 କୋଟି ଟଙ୍କା ହୋଇଥିବା ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମସ ଫକ୍ଷରୁ ଜାରି ରିପୋର୍ଟରେ ଦର୍ଶାଯାଇଛି ।
ରମେଶ ଜାହାଜ ରିସାଇକିଲିଂ ସହ ଜଡିତ କମ୍ପାନୀର ମାଲିକ ହୋଇଥିବାବେଳେ ବିଗତ ଦୁଇ ଦଶକ ମଧ୍ୟରେ ଦେଶର ତୃତୀୟ ଧନୀ ପ୍ରାର୍ଥୀ ଅଟନ୍ତି । ରମେଶ ଜିତିଲେ ପାଟଳି ପୁତ୍ରର ଏକ ହଜାର ଯୁବକଙ୍କୁ ପ୍ରତି ବର୍ଷ ନିଯୁକ୍ତି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ରମେଶ ପାଟଳିପୁତ୍ର ଆସନରୁ ବିଜେପିର ରାମକୃପାଳ ଯାଦବ ଓ ଲାଲୁପ୍ରସାଦ ଯାଦବଙ୍କ ଝିଅ ମୀସା ଭରତୀଙ୍କ ସହ ପ୍ରତିଦ୍ବନ୍ଦିତା କରୁଛନ୍ତି ।