ETV Bharat / bharat

'ନିର୍ଦ୍ଧାରିତ ସମୟ ମଧ୍ୟରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ' - ରାମ ମନ୍ଦିର ଭୂମିପୂଜା ଲାଇଭ୍

ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ । ଏହା ପରେ ଅସଂଖ୍ୟ ଭକ୍ତଙ୍କ ସ୍ବପ୍ନ ପୂରଣ ହେବ। ରାମ ମନ୍ଦିର କେବେ ନିର୍ମାଣ ହେବ ବୋଲି ମୋତେ ଅନେକ ଥର ପ୍ରଶ୍ନ କରାଯାଇଛି । ବର୍ତ୍ତମାନ ଏହାର ଜବାବା ମୁଁ ଏ ବେ ଦେଇପାରିବି ବୋଲି ମହନ୍ତ ନୃତ୍ୟ ଗୋପାଳ ଦାସ କହିଛନ୍ତି।

ମହନ୍ତ ନୃତ୍ୟ ଗୋପାଳ ଦାସ
ମହନ୍ତ ନୃତ୍ୟ ଗୋପାଳ ଦାସ
author img

By

Published : Aug 5, 2020, 3:10 PM IST

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ଜନ୍ମଭୂମି ନିର୍ମାଣ ପାଇଁ ବୁଧବାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସାରା ଦେଶରେ ଆଜି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ତେବେ ଏହି ମନ୍ଦିର ନିର୍ମାଣ ସହ ରାମ ଭକ୍ତଙ୍କ ଇଚ୍ଛା ଖୁବ୍ ଶୀଘ୍ର ପୂରଣ ହେବ ବୋଲି ବୁଧବାର ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିବା 'ଭୁମି ପୂଜନ' ସମାରୋହ ପରେ ଟ୍ରଷ୍ଟ ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ ଏଭଳି କହିଛନ୍ତି । ସେ କହିଛନ୍ତି, ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ । ଏହା ପରେ ଅସଂଖ୍ୟ ଭକ୍ତଙ୍କ ସ୍ବପ୍ନ ପୂରଣ ହେବ। ରାମ ମନ୍ଦିର କେବେ ନିର୍ମାଣ ହେବ ବୋଲି ମୋତେ ଅନେକ ଥର ପ୍ରଶ୍ନ କରାଯାଇଛି । ବର୍ତ୍ତମାନ ଏହାର ଜବାବ ମୁଁ ଏବେ ଦେଇପାରିବି । ଏହା ଶୀଘ୍ର ନିର୍ମାଣ ହେବ। ଭକ୍ତଙ୍କ ଇଚ୍ଛା ପୂରଣ ହେବ ବୋଲି ଦାସ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ସାରା ବିଶ୍ବରେ ବାସ କରୁଥିବା ରାମ ଭକ୍ତଙ୍କ ଇଚ୍ଛା ଆଜି ରାମ ମନ୍ଦିର ନିର୍ମାଣର ମୂଳଦୁଆ ପଡିବା ସହ ପୂରଣ ହୋଇଛି। ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ସମେତ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନର ମୁଖ୍ୟ ମୋହନ ଭାଗବତ ଏବଂ ରାମ ମନ୍ଦିର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ ଆଦି ଉପସ୍ଥିତ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.