ETV Bharat / bharat

ଅଯୋଧ୍ୟାରୁ ଆରମ୍ଭ ହେଲା 'ରାମଲୀଲା'ର ସିଧା ପ୍ରସାରଣ - ରାମ ଜନ୍ମଭୁମୀ ଅଯୋଧ୍ୟାରୁ ହେବ ଏହି ସିଧା ପ୍ରସାରଣ

'ରାମଲୀଲା'ର ସିଧା ପ୍ରସାରଣ କରିବ ଦୂରଦର୍ଶନ । ରାମ ଜନ୍ମଭୂମି ଅଯୋଧ୍ୟାରୁ ହେବ ଏହାର ସିଧା ପ୍ରସାରଣ । ଅଧିକ ପଢନ୍ତୁ ......

ଅଯୋଧ୍ୟାରୁ ଆରମ୍ଭ ହେଲା  'ରାମଲୀଲା' ର ସିଧା ପ୍ରସାରଣ

author img

By

Published : Oct 18, 2020, 8:53 AM IST

ଲକ୍ଷ୍ନୌ: ନବରାତ୍ରୀ ଅବସରରେ ରାମାୟଣରେ ବର୍ଣ୍ଣିତ ଭଗବାନ ରାମଙ୍କ ଜୀବନୀ 'ରାମ ଲୀଲା'ର ସିଧା ପ୍ରସାରଣ କରିବ ଦୂରଦର୍ଶନ । ଅଯୋଧ୍ୟାରୁ ଏହି ପ୍ରସାରଣ କରାଯିବା ନେଇ ଉତ୍ତରପ୍ରଦେଶର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିଭାଗର ଏକ ସରକାରୀ ବିଜ୍ଞାପନରେ ରାଜ୍ୟ ପର୍ଯ୍ୟଟନ ଏବଂ ସାଂସ୍କୃତିକ ବିଭାଗ ସହଯୋଗରେ ଏହି କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ଆୟୋଜିତ ହୋଇଥିବା ସୂଚନା ଦିଆଯାଇଛି ।

ଏହାକୁ ଉତ୍ତରପ୍ରଦେଶର ପର୍ଯ୍ୟଟନ, ସଂସ୍କୃତି, ଧାର୍ମିକବ୍ୟାପାର ମନ୍ତ୍ରୀ ନୀଲକାନ୍ତ ଶୁଭାରମ୍ଭ କରିଛନ୍ତି । ଦୂରଦର୍ଶନ ବ୍ୟତୀତ ଏହି କାର୍ଯ୍ୟକ୍ରମ ୟୁଟ୍ୟୁବରେ ଓ ସରକାରଙ୍କ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଗୁଡିକରେ ମଧ୍ୟ ପ୍ରସାରିତ ହେଉଛି ।

ପ୍ରସାରଭାରତୀର ସିଇଓ ଶଶି ଏସ ଭେମ୍ପାଟି ମଧ୍ୟ ଟ୍ୟୁଟ କରି ଏହି ପ୍ରସାରଣ ସମ୍ପର୍କରେ ମତ ରଖିଛନ୍ତି । ସେ କହିଛନ୍ତି ଏହି କାର୍ଯ୍ୟକ୍ରମ ଦୂରଦର୍ଶନରେ ସିଧା ପ୍ରସାରଣ ସହ ୟୁଟ୍ୟୁବରେ ଷ୍ଟ୍ରିମିଂ ଦୂରଦର୍ଶନର ନ୍ୟାସନାଲରେ ପ୍ରତ୍ୟହ 7.00 ପ୍ରସାରଣ କରାଯିବ | ଏହା ଗତକାଲି ଠାରୁ ଆରମ୍ଭ ହୋଇଥିବାବେଳେ ଅକ୍ଟୋବର 25 ପର୍ଯ୍ୟନ୍ତ ନବରାତ୍ରିର ନଅ ଦିନ ଯାଏଁ ଏହି କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.