ETV Bharat / bharat

ବନ୍ୟା ପାଣିରେ ବୁଡୁ ବୁଡୁ ବଞ୍ଚିଗଲେ ସାଂସଦ - ବିହାରରେ ବନ୍ୟା

ବିହାରରେ ପ୍ରଳୟ ସୃଷ୍ଟି କରିଛି ବନ୍ୟା । ଏହାର ତାଣ୍ଡବରେ ସାଧାରଣ ଜନଜୀବନ ହୋଇଯାଇଛି ଛାରଖାର । ରାଜ୍ୟର ଅନେକ ଅଞ୍ଚଳ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି । ଏପରି ସ୍ଥିତିରେ ବନ୍ୟା ପ୍ରଭାବିତ ଧନରୁଆ ଗସ୍ତ ଆସିଥିବା ବେଳେ ଡଙ୍ଗାରୁ ଖସି ପଡିଥିଲେ ପାଟଳୀପୁତ୍ର ସାଂସଦ ରାମକୃପାଳ ଯାଦବ ।

ଡିଜାଇନ ଫଟୋ
author img

By

Published : Oct 3, 2019, 8:54 AM IST

ପାଟନା: ବିହାରରେ ତାଣ୍ଡବ ସୃଷ୍ଟି କରିଛି ପ୍ରଳୟଙ୍କାରୀ ବନ୍ୟା । ପ୍ରବଳ ବର୍ଷା ଯୋଗୁଁ ରାଜଧାନୀ ପାଟନାର ସ୍ଥିତି ବେହାଲ ହୋଇପଡିଛି । ବନ୍ୟା ଯୋଗୁଁ ରାଜ୍ୟରେ ଏପର୍ଯ୍ୟନ୍ତ 66 ଜଣଙ୍କ ମୃତ୍ୟୁ ଘଟି ସାରିଲାଣି । ଏପରି ସ୍ଥିତିରେ ରାଜ୍ୟର ବନ୍ୟା ପ୍ରଭାବିତ ଧନରୁଆ ଗସ୍ତରେ ଆସିଥିବା ପାଟଳୀପୁତ୍ର ସାଂସଦ ରାମକୃପାଳ ଯାଦବ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ସାଂସଦ ରାମକୃପାଳ ଯାଦବ ବନ୍ୟା ପ୍ରଭାବିତ ଧନରୁଆ ଅଞ୍ଚଳକୁ ଏକ ଡଙ୍ଗାରେ ଯାଇ ସେଠାକାର ଲୋକଙ୍କ ସମସ୍ୟା ପଚାରି ବୁଝୁଥିଲେ । ଏହି ସମୟରେ ଡଙ୍ଗା ଭାରସାମ୍ୟ ହରାଇବାରୁ ସାଂସଦ ପାଣିରେ ପଡି ଯାଇଥିଲେ । ତାଙ୍କ ସାଥିରେ ଡଙ୍ଗାରେ ଥିବା ବ୍ୟକ୍ତି ମଧ୍ୟ ପାଣିରେ ଗଳି ପଡିଥିଲେ । ତେବେ ସାଂସଦ ଡଙ୍ଗାରୁ ପାଣିରେ ଗଳି ପଡିଥିବା ନେଇ ଜାଣିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ପ୍ରାୟ ସପ୍ତାହେ ହେବ ବନ୍ୟାରେ ବେହାଲ ହୋଇପଡିଛି ବିହାର । ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କ ଅସୁବିଧା ସମ୍ପର୍କରେ ପଚାରି ବୁଝିବା ପାଇଁ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଂସଦ, ବିଧାୟକ ସମସ୍ତେ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚୁଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.