ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ତଥା ସଡକ ପରିବହନ ମନ୍ତ୍ରୀ ନିତିନ ଗଡକାରୀଙ୍କ ସହ ଆଲୋଚନା କରିଛନ୍ତି ଉତ୍ତରପ୍ରଦେଶ ଉପ- ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ।
ଉତ୍ତରପ୍ରଦେଶର ଏକ ସଡକକୁ ଜାତୀୟ ରାଜମାର୍ଗ କରିବାକୁ ନେଇ ହୋଇଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା । ରାଜ୍ୟର ରାମ ବନ ଗମନ ମାର୍ଗକୁ ରାଷ୍ଟ୍ରୀୟ ରାଜମାର୍ଗ କରିବାକୁ ସମସ୍ତ ପ୍ରକାର ପ୍ରୋଯେକ୍ଟ ଚାଲୁ ରହିଛି ।
ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକାରୀ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିଲେ ।
@ANI