ETV Bharat / bharat

ତ୍ରିରଙ୍ଗାକୁ ନେଇ ମୋଦିଙ୍କୁ ଟିକାୟତଙ୍କ ପ୍ରଶ୍ନ - modis man ki baat about lalkilla issue

‘ମନ କି ବାତ’ କାର୍ଯ୍ୟକ୍ରମରେ ପିଏମ ମୋଦି 26 ଜାନୁଆରୀରେ ଲାଲକିଲ୍ଲାରେ ହୋଇଥିବା ଘଟଣାରେ ସମଗ୍ର ଦେଶ ଦୁଃଖପ୍ରକାଶ କରିଛି ବୋଲି କହିଛନ୍ତି । ପିଏମଙ୍କ ଏହି ଟିପ୍ପଣୀକୁ ଲକ୍ଷ୍ୟ କରି କୃଷି ଆଇନକୁ ବିରୋଧ କରୁଥିବା ରାକେଶ ଟିକାୟତ ନିଜ ପ୍ରତିକ୍ରିୟା ରଖିଛନ୍ତି । ଟିକାୟତ କହିଛନ୍ତି କ’ଣ ତ୍ରିରଙ୍ଗା କେବଳ ପ୍ରଧାନମନ୍ତ୍ରୀଙ୍କର ? ଅଧିକ ପଢନ୍ତୁ...

କ’ଣ ତ୍ରିରଙ୍ଗା କେବଳ ପ୍ରଧାନ ମନ୍ତ୍ରୀଙ୍କର; ରାକେଶ ଟିକାୟତ

author img

By

Published : Jan 31, 2021, 5:16 PM IST

ନୁଆଦିଲ୍ଲୀ : ‘ମନ କି ବାତ’ କାର୍ଯ୍ୟକ୍ରମରେ ପିଏମ ମୋଦି 26 ଜାନୁଆରୀରେ ଲାଲକିଲ୍ଲାରେ ହୋଇଥିବା ଘଟଣାରେ ସମଗ୍ର ଦେଶ ଦୁଃଖ ପ୍ରକାଶ କରିଛି ବୋଲି କହିଛନ୍ତି । ପିଏମଙ୍କ ଏହି ଟିପ୍ପଣୀକୁ ଲକ୍ଷ୍ୟ କରି କୃଷି ଆଇନକୁ ବିରୋଧ କରୁଥିବା ରାକେଶ ଟିକାୟତ ନିଜ ପ୍ରତିକ୍ରିୟା ରଖିଛନ୍ତି । ଟିକାୟତ କହିଛନ୍ତି କ’ଣ ତ୍ରିରଙ୍ଗା କେବଳ ପ୍ରଧାନମନ୍ତ୍ରୀଙ୍କର ?

ସେ କହିଛନ୍ତି, ସମଗ୍ର ଦେଶ ତ୍ରିରଙ୍ଗାକୁ ଭଲ ପାଆନ୍ତି, ଯେଉଁମାନେ ତ୍ରିରଙ୍ଗାକୁ ଅପମାନ କରିଛନ୍ତି ସେମାନଙ୍କୁ ଧରାଯାଉ । ସରକାର ଏବଂ କୃଷକଙ୍କ ମଧ୍ୟରେ କୃଷି ଆଇନ ଉପରେ ଆଲୋଚନା ହେବା ନେଇ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ, ବନ୍ଧୁକ ମୁନରେ ଆଲୋଚନା କେବେ ସମ୍ଭବ ନୁହେଁ । ରାକେଶ ଟିକାୟତ ଆହୁରି କହିଛନ୍ତି ଯେ, ଆମେ ଦେଶର ପ୍ରଧାନମନ୍ତ୍ରୀଙ୍କ ସମ୍ମାନ କରୁଛୁ । ପରନ୍ତୁ, ଏହି ପ୍ରସଙ୍ଗରେ ଆମେ ମଧ୍ୟ ସମାଧାନ ଚାହୁଁଛୁ ।

ରବିବାର ହୋଇଥିବା ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ତ୍ରିରଙ୍ଗାର ଅପମାନ ଦେଖି ବହୁତ ଦୁଃଖ ଲାଗିଲା । ଦିଲ୍ଲୀରେ ଟ୍ରାକ୍ଟର ଆନ୍ଦୋଳନ ସମୟରେ ଅସାମାଜିକ ତତ୍ତ୍ବ ଲାଲକିଲ୍ଲାରେ ପଶି ନିଶାନ ସାହିବର ପତାକା ଲଗାଇଥିଲେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.