ETV Bharat / bharat

ରାଜ୍ୟସଭାରେ ବିମାନ (ସଂଶୋଧନ) ବିଧେୟକ-2020 ପାରିତ

author img

By

Published : Sep 15, 2020, 12:41 PM IST

ରାଜ୍ୟସଭାରେ ବିମାନ (ସଂଶୋଧନ) ବିଧେୟକ-2020 ପାରିତ । ଧ୍ବନିମତରେ ପାରିତ ହେଲା ବିଧେୟକ ।

ରାଜ୍ୟସଭାରେ ବିମାନ (ସଂଶୋଧନ) ବିଧେୟକ-2020 ପାରିତ
ରାଜ୍ୟସଭାରେ ବିମାନ (ସଂଶୋଧନ) ବିଧେୟକ-2020 ପାରିତ

ନୂଆଦିଲ୍ଲୀ: ରାଜ୍ୟସଭାରେ ବିମାନ (ସଂଶୋଧନ) ବିଧେୟକ-2020 ପାରିତ । ଧ୍ବନିମତରେ ପାରିତ ହେଲା ବିଧେୟକ । ଗୃହରେ ଆଲୋଚନା ପରେ ବିଧେୟକ ପାରିତ ହୋଇଛି ।

ଆଲୋଚନାରେ ଅନେକ ସାଂସଦ ଭାଗ ନେଇ ବିଧେୟକ ଉପରେ ନିଜ ନିଜର ମତ ରଖିଥିଲେ । ତେବେ ବିଜେଡି ଏହି ବିଲକୁ ସମର୍ଥନ କରିଥିଲା । ଦଳର ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିଧେୟକ ଉପରେ କିଛି ପରାମର୍ଶ ଦେବା ସହ ବିଧେୟକକୁ ସମର୍ଥନ କରିଥିଲେ ।

ସେହିପରି କଂଗ୍ରେସ ସାଂସଦ କେସି ବେଣୁଗୋପାଳ ବିଧେୟକ ଉପରେ ଆଲୋଚନା କରି କେରଳ ବିମାନ ଦୁର୍ଘଟଣା ପ୍ରସଙ୍ଗ ଉଠାଇଥିଲେ । ଏହାସହ କିପରି 6ଟି ବିମାନବନ୍ଦରର ଉନ୍ନତି ପାଇଁ ଆଦାନୀ ଗ୍ରୁପ୍‌ ଅନୁମତି ପାଇଲା ବୋଲି ପ୍ରଶ୍ନ ପଚାରିଥିଲେ ।

ତେବେ ରାଜ୍ୟସଭାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ବିଧେୟକ ଉପସ୍ଥାପନ କରିଥିଲେ । ଯାହା ଉପରେ ଚର୍ଚ୍ଚା ହେବା ସହ ବିଲକୁ ପାସ କରିଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.