ETV Bharat / bharat

ରାଜ୍ୟସଭାରେ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ଗୃହ ପରିତ୍ୟାଗ - ରାଜ୍ୟସଭା

ରାଜ୍ୟସଭାରେ ଜୋର ଧରିଲା ନିଲମ୍ବିତ ହୋଇଥିବା 8 ସାଂସଦଙ୍କ ପ୍ରତ୍ୟାହାର ଦାବି । ବିରୋଧୀ ଦଳ ପ୍ରତ୍ୟାହର ଦାବି କରି ଗୃହତ୍ୟାଗ କରିଛନ୍ତି । ସେପଟେ, ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ବିରୋଧୀଦଳର ନେତାମାନଙ୍କୁ ପୁନର୍ବିଚାର, ଆନ୍ତରିକତା ସହ ଆଲୋଚନାରେ ଭାଗ ନେବାକୁ ଗୃହକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି

ରାଜ୍ୟସଭାରେ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ଗୃହ ପରିତ୍ୟାଗ

author img

By

Published : Sep 22, 2020, 11:09 AM IST

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନର ଆଜି ନବମ ଦିନ । ରାଜ୍ୟସଭାରେ ନିଲମ୍ବିତ ହୋଇଥିବା 8 ସାଂସଦଙ୍କ ପ୍ରସଙ୍ଗ ଉଠାଯାଇଛି । କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ ସାଂସଦଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ଦାବି କରିବା ସହ ବିରୋଧୀ ଦଳ ମିଶି ଗୃହ ପରିତ୍ୟାଗ କରିଛନ୍ତି । ସାଂସଦଙ୍କୁ ଏପରି କାର୍ଯ୍ୟାନୁଷ୍ଠାନରେ କେହି ଖୁସି ନାହିଁନ୍ତି । ଜନସାଧାରଣ ଚାହୁଁଛନ୍ତି ଯେ ସେମାନେ ନେତାଙ୍କ କଥା ଶୁଣନ୍ତୁ । ଆଉ ମାତ୍ର 2-3 ମିନିଟରେ କେହି ମତାମତ ଦେଇ ପାରିବେ ନାହିଁ ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି ।

ସପା ସାଂସଦ ରାମ ଗୋପାଳ ଯାଦବ କହିଛନ୍ତି ଯେ, ସରକାର ସଂଯମତା ସହ କାର୍ଯ୍ୟ କରିଛନ୍ତି। ବିରୋଧୀ ଦଳ ପକ୍ଷରୁ ଭୁଲ ହୋଇଛି । ଯିଏ ଭୁଲକୁ କ୍ଷମା କରେ ସେ ସବୁଠାରୁ ବଡ । ତେଣୁ ଏହି ଭୁଲକୁ କ୍ଷମା କରାଯାଇ ନିଲମ୍ବିନକୁ ପ୍ରତ୍ୟାହାର କରାଯାଉ । ଏପରିକି ସେ ବିଶୃଙ୍ଖଳା ଆଚରଣ କରିଥିବା ସମସ୍ତ ସାଂସଦଙ୍କ ତରଫରୁ କ୍ଷମା ଗୃହରେ କ୍ଷମା ମାଗିଥିଲେ ।

ସେପଟେ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ବିରୋଧୀଦଳର ନେତାମାନଙ୍କୁ ‘ପୁନର୍ବିଚାର, ଆନ୍ତରିକତା ସହ ଆଲୋଚନାରେ ଭାଗ ନେବାକୁ ଗୃହକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି । ସଦସ୍ୟଙ୍କ ନିଲମ୍ବନକୁ ନେଇ ସେ ଖୁସି ନଥିବା କହିଛନ୍ତି । ସେମାନଙ୍କ ଆଚରଣ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆମର କୌଣସି ସଦସ୍ୟଙ୍କ ବିରୋଧରେ କିଛି ନାହିଁ’ ବୋଲି ଅଧ୍ୟକ୍ଷ କହିଛନ୍ତି ।

ସୂଚନାଯୋଗ୍ୟ, ରବିବାର ରାଜ୍ୟସଭାରେ 2 କୃଷି ବିଲ ଉପସ୍ଥାପନା କରାଯାଇଥିଲା । ଏହି ସମୟରେ କୃଷି ବିଲକୁ ବିରୋଧ କରି ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ । ଗୃହର ମଧ୍ୟଭାଗକୁ ଆସି ହୋହ୍ଲାଲା କରି ରୁଲ ବୁକ ଚିରି ଫୋପାଡିବା ସହ ମାଇକ ଭାଙ୍ଗି ଦେଇଥିଲେ । ସୋମବାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ବିଶୃଙ୍ଖଳା ଆଚରଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 8 ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.