ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନରେ ବିଜେପି ଲଗାତାର ଗୋଟେ ପରେ ଗୋଟେ ଆସନ ହାତେଇଛି । ଅନ୍ୟପକ୍ଷେ ବିଜେପି-ଏନଡିଏ ମେଣ୍ଟ ସରକାର ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ । ଶୁକ୍ରବାର 8 ଟି ରାଜ୍ୟର 19 ଟି ରାଜ୍ୟସଭା ଆସନର ନିର୍ବାଚନ ଫଳାଫଳରେ ବିଜେପି 8 ଟି ଓ କଂଗ୍ରେସ 4 ଟି ଆସନ ପାଇଥିବାବେଳେ ବାକି 7 ଟି ଆଞ୍ଚଳିକ ଦଳର ଖାତାକୁ ଯାଇଛି। ଏହିପରି ଭାବରେ ଉଚ୍ଚ ସଦନରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ବିଜେପିକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ। ତଥାପି 1990 ପରଠାରୁ କୌଣସି ଦଳ ଉଚ୍ଚସଦନରେ ସଂଖ୍ୟାଗରିଷ୍ଠତା ହାସଲ କରିପାରିନାହିଁ।
ପ୍ରକାଶଥାଉକି, ଜୁନ 19 ରେ 10 ଟି ରାଜ୍ୟରେ 24 ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିଲା କିନ୍ତୁ କର୍ଣ୍ଣାଟକରେ 4ଟି ଆସନ ଓ ଅରୁଣାଚଳ ପ୍ରଦେଶର ଗୋଟିଏ ଆସନରେ ପ୍ରଥମରୁ ହିଁ ସଦସ୍ୟ ଚୟନ ହୋଇସାରିଛନ୍ତି । ଏଥିରେ ବିଜେପି ଓ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରଙ୍କୁ ଗୋଟିଏ ଲେଖାଏଁ ଆସନ ମିଳିଛି । ଏହିପରି ଶୁକ୍ରବାର ଅବଶିଷ୍ଟ 19 ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିମଧ୍ୟରେ ବିଜେପି ଓ କଂଗ୍ରେସ ବହୁ ପରିମାଣରେ ନିଜ ଆସନ ସଂରକ୍ଷଣ କରିବାରେ ସଫଳ ହୋଇଛନ୍ତି।
ରାଜ୍ୟସଭାରେ ସମୁଦାୟ 245 ଜଣ ସଦସ୍ୟ ଅଛନ୍ତି, ତେଣୁ ଉଚ୍ଚସଦନରେ ସଂଖ୍ୟାଗରିଷ୍ଠତା ହେଉଛି 123 । 24 ଟି ରାଜ୍ୟସଭା ନିର୍ବାଚନ ମଧ୍ୟରୁ ବିଜେପି 11 ଟି ଆସନ ଜିତିଛି, ଯେଉଁ କାରଣରୁ ଦଳର ସଂଖ୍ୟା ଉଚ୍ଚସଦନରେ 86 ରେ ପହଞ୍ଚିଛି। ଏଥି ସହିତ ରାଜ୍ୟସଭାରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ସରକାରଙ୍କ ସଦସ୍ୟଙ୍କ ସଂଖ୍ୟା ବର୍ତ୍ତମାନ 101 କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ କଂଗ୍ରେସକୁ 5 ଟି ଆସନ ମିଳିଛି । ଏହାକୁ ମିଶାଇ ୟୁପିଏର ସଂଖ୍ୟା 65 ରେ ପହଞ୍ଚିଛି। ଏହିପରି ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ତୁଳନାରେ ଏନଡିଏର 22 ଜଣ ସଦସ୍ୟ କମ୍ ଅଛନ୍ତି।
ଚଳିତ ବର୍ଷ ରାଜ୍ୟସଭାର 73 ଟି ଆସନ ପାଇଁ ନିର୍ବାଚନ ପ୍ରସ୍ତାବ ଦିଆଯାଇଥିଲା, ସେଥିମଧ୍ୟରୁ ମାର୍ଚ୍ଚ 26 ରେ ରାଜ୍ୟସଭାର 55 ଟି ଆସନ ପାଇଁ 18 ଟି ରାଜ୍ୟରୁ ନିର୍ବାଚନ ହେବାକୁ ଥିଲା କିନ୍ତୁ ନିର୍ବାଚନର 2 ଦିନ ପୂର୍ବରୁ ନିର୍ବାଚନ ଆୟୋଗ କୋରୋନା ଭାଇରସ ସଂକ୍ରମଣ ବିଷୟରେ ଉଲ୍ଲେଖ କରିଥିଲେ ତେଣୁ ଏହାକୁ ସ୍ଥଗିତ ରଖାଗଲା । ପ୍ରକାଶ ଥାଉକି, ରାଜ୍ୟସଭାରେ 55 ଟି ଆସନ ମଧ୍ୟରୁ 37 ଟି ନିର୍ବାଚନ ସରିଛି । ଅନ୍ୟପକ୍ଷେ ଅବସରପ୍ରାପ୍ତ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନାମାଙ୍କନ ପତ୍ରରେ ରାଷ୍ଟ୍ରପତି ପଦବୀ କୋଟାର ଗୋଟିଏ ଖାଲି ଆସନ ମଧ୍ୟ ପୂରଣ ହୋଇଥିଲା ।
ରାଜ୍ୟସଭାର ସମସ୍ତ 18 ଟି ଆସନ ପାଇଁ ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିମଧ୍ୟରେ ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶରେ 4 ଟି ଲେଖାଏଁ ଆସନ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ 3 ଟି ଲେଖାଏଁ, ଝାଡଖଣ୍ଡରେ 2 ଟି ସିଟ୍ ଓ ମଣିପୁର, ମେଘାଳୟରେ ପ୍ରତ୍ୟେକ ଗୋଟିଏ ଲେଖାଏଁ ଆସନ ରହିଛି। ଏହା ବ୍ୟତୀତ ମିଜୋରାମର ଗୋଟିଏ ଆସନରେ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ରାଜ୍ୟସଭା ନିର୍ବାଚନ ଫଳାଫଳ ପରେ ଏହା ପ୍ରଥମ ଥର ପାଇଁ ରାଜ୍ୟସଭାରେ ଏନଡିଏ ସଂଖ୍ୟା 100 ରୁ ଅଧିକରେ ପହଞ୍ଚିଛି।
ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ବିଷୟରେ ଯଦି କୁହାଯିବ ତେବେ ଗତ ତିନି ଦଶନ୍ଧି ଧରି କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହାଁନ୍ତି। କେନ୍ଦ୍ରରେ କୌଣସି ବି ଦଳ ସରକାରରେ ରୁହନ୍ତି କିନ୍ତୁ ରାଜ୍ୟସଭାରେ ସେହି ଦଳ ସଂଖ୍ୟା ସଂଖ୍ୟାଗରିଷ୍ଠତା ହାସଲ କରିପାରିନାହିଁ। ତେବେ 1990 ପର୍ଯ୍ୟନ୍ତ କଂଗ୍ରେସ ଏହି ଗୃହରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଅଧିକାଂଶ ରାଜ୍ୟରେ ଏହାର ସରକାର ରହିଥିଲା, କିନ୍ତୁ ସେବେଠାରୁ ପରିସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି।