ETV Bharat / bharat

ରାଜ୍ୟସଭା ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲେ ଟିଏମସି ସୁପ୍ରିମୋ ମମତା

ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ(ଟିଏମସି) ରବିବାର ଏହାର ଜାତୀୟ ସାଧାରଣ ସଚିବ ସୁବ୍ରତ ବକ୍ସି, ଥିଏଟର କଳାକାର ଅର୍ପିତା ଘୋଷ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦୀନେଶ ତ୍ରିବେଦୀ ଏବଂ ମୌସୁମ ନୁରଙ୍କୁ ଆଗାମୀ ରାଜ୍ୟସଭା ନିର୍ବାଚନରେ ​​ପ୍ରାର୍ଥୀ ଘୋଷଣା କରିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 8, 2020, 10:28 PM IST

କୋଲକାତା: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ(ଟିଏମସି) ରବିବାର ଏହାର ଜାତୀୟ ସାଧାରଣ ସଚିବ ସୁବ୍ରତ ବକ୍ସି, ଥିଏଟର କଳାକାର ଅର୍ପିତା ଘୋଷ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦୀନେଶ ତ୍ରିବେଦୀ ଏବଂ ମୌସୁମ ନୁରଙ୍କୁ ଆଗାମୀ ରାଜ୍ୟସଭା ନିର୍ବାଚନରେ ​​ପ୍ରାର୍ଥୀ ଘୋଷଣା କରିଛି ।

ଫଟୋ ସୌଜନ୍ୟ: ଟ୍ବିଟର@MamataOfficial
ଫଟୋ ସୌଜନ୍ୟ: ଟ୍ବିଟର@MamataOfficial

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ମମତା ବାନାର୍ଜୀ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ଟ୍ବିଟ କରି ଏହି ଚାରିଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏହାସହ ମହିଳା ସଶକ୍ତିକରଣ ପ୍ରତି ମୋର ନିରନ୍ତର ଉଦ୍ୟମ ଜାରି ରହିଛି, ମୁଁ ଗର୍ବିତ ଯେ ଆମର ନାମାଙ୍କନ ଅଧା ଭାଗ ମହିଳାଙ୍କର ରହିଛି ବୋଲି ସେ କହିଛନ୍ତି ।

ଏହି ସମସ୍ତ ମନୋନୀତ ପ୍ରାର୍ଥୀ ପୂର୍ବତନ ଲୋକସଭା ସଦସ୍ୟ ରହିଛନ୍ତି । ବକ୍ସିଙ୍କୁ ବାଦ ଦେଇ କ ଅନ୍ୟ ତିନିଜଣ ଗତ ଲୋକସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀଙ୍କ ଠାରୁ ହାରିଯାଇଥିଲେ । ସୁବ୍ରତ ବକ୍ସି ଦୁଇଥର ସାଂସଦ ରହିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ୨୬ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ୧୭ ରାଜ୍ୟରେ ଖାଲିପଡ଼ିଥିବା ୫୫ ଆସନରେ ଏହି ନିର୍ବାଚନ ହେବ ।

@IANSଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.