ETV Bharat / bharat

‘ଜାତୀୟ ସ୍ବାର୍ଥକୁ ରାଜନୈତିକ ପ୍ରସଙ୍ଗ ବନାନ୍ତୁ ନାହିଁ ’ - Venkaiah Naidu urges members

ସଂସଦର ଉଭୟ ସଦନରେ ଆଜି କାଶ୍ମୀର ଓ ଟ୍ରମ୍ପ ତାତି ଦେଖିବାକୁ ମିଳିଛି । ରାଜ୍ୟସଭାରେ ଆଜି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Jul 23, 2019, 8:43 PM IST

ନୂଆଦିଲ୍ଲୀ: ସଂସଦର ଉଭୟ ସଦନରେ ଆଜି କାଶ୍ମୀର ଓ ଟ୍ରମ୍ପ ତାତି ଦେଖିବାକୁ ମିଳିଛି । କାଶ୍ମୀର ସମସ୍ୟାରେ ମଧ୍ୟସ୍ଥି ନେଇ ଟ୍ରମ୍ପଙ୍କ ବୟାନକୁ ବିରୋଧୀ ପ୍ରତିବାଦ କରିଛନ୍ତି । ଏହାସହ ଏହି ଘଟଣାରେ ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତି ଦାବି କରିଛନ୍ତି । ତେବେ ଏହି ଘଟଣାକୁ ନେଇ ରାଜ୍ୟସଭାରେ ଏକ ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି ।

ରାଜ୍ୟସଭାରେ ଆଜି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ଘଟଣା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ମୋଦି ଏପରି କୌଣସି ପ୍ରସ୍ତାବ ଦେଇନାହାନ୍ତି ବୋଲି ସେ ରାଜ୍ୟସଭାରେ ବିବୃତି ରଖିଛନ୍ତି । ତେବେ ତାଙ୍କର ସ୍ପଷ୍ଟୀକରଣ ସତ୍ତ୍ବେ ବିରୋଧୀ ହଟ୍ଟଗୋଳ ଜାରି ରଖିଥିଲେ । ସେମାନେ ବୈଦେଶିକ ମନ୍ତବ୍ୟକୁ ବିରୋଧ କରିଥିଲେ । ଏହାକୁ ଲକ୍ଷ୍ୟ କରି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସଦସ୍ୟଙ୍କୁ ସଂଯମତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେ କହିଥିଲେ ଯେ ଜାତୀୟ ସ୍ବାର୍ଥକୁ ନେଇ ଦୟାକରି ରାଜନୀତି କରନ୍ତୁ ନାହିଁ । ଏହାକୁ କୌଣସି ପ୍ରକାର ରାଜନୈତିକ ପ୍ରସଙ୍ଗ ବନାନ୍ତୁ ନାହିଁ। ଏହା ସଠିକ ଉପାୟ ନୁହେଁ । ସେ ସଦସ୍ୟଙ୍କୁ ପଚାରିଥିଲେ ଯେ ଆପଣଙ୍କର କଣ ଟ୍ରମ୍ପଙ୍କ ଉପରେ ଅଧିକ ବିଶ୍ବାସ ଅଛି । ନିଜ ଦେଶର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ କଣ ଆପଣଙ୍କର ବିଶ୍ବାସ ନାହିଁ ।

ଏହାସହ ସେ ସାଂସଦଙ୍କୁ ଅନୁରୋଧ କରି କହିଥିଲେ ଯେ ଏହା ସଠିକ ଉପାୟ ନୁହେଁ । ଆମେ ସମସ୍ତଙ୍କୁ ଭୁଲ ବାର୍ତ୍ତା ଦେଉଛୁ । ଏହା ଏକ ଜାତୀୟ ପ୍ରସଙ୍ଗ । ଏଥିରେ ସମସ୍ତେ ଏକଜୁଟ ହୋଇ ଏକସ୍ବରରେ କହିବା ଉଚିତ । ଏହା ଆପଣଙ୍କର ଭାବପ୍ରବଣତା ନୁହେଁ । ଏହାକୁ ରାଜନୈତିକ ରଙ୍ଗ ଦିଅନ୍ତୁ ନାହିଁ । ଅଧ୍ୟକ୍ଷଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ସଦସ୍ୟ ହଟ୍ଟଗୋଳ ଜାରି ରଖିବାରୁ ସେ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.