ETV Bharat / bharat

କୁଳଭୂଷଣଙ୍କ ପାଇଁ ସମସ୍ତେ ହେଲେ ଏକାଠି

author img

By

Published : Jul 18, 2019, 1:19 PM IST

ଦେଶର ଏକତା ଅଖଣ୍ଡତା ସାର୍ବଭୌମତ୍ୟର ସୁରକ୍ଷା ପାଇଁ ସମସ୍ତ ସାଂସଦ ହେଲେ ଏକାଠି । କୁଳଭୂଷଣଙ୍କୁ ନିରାପଦରେ ଭାରତ ଫେରାଇ ଆଣିବା ପାଇଁ ଯାହା ଆବଶ୍ୟକତା ତାହା କରିବେ ସରକାର ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆଜି ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର ଗତକାଲି ଭାରତୀୟ ନାଗରିକ କୁଳ ଭୂଷଣ ମାମଲା ପ୍ରସଙ୍ଗରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ଦେଇଥିବା ରାୟକୁ ରାଜ୍ୟସଭାକୁ ଅବଗତ କରାଇଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଆଜି ପ୍ରଥମେ ଏହି ପ୍ରସଙ୍ଗରେ ସରକାରଙ୍କ ମତ ରଖିବାକୁ ବୈଦେଶିକ ମନ୍ତ୍ରୀଙ୍କୁ ସୁଯୋଗ ଦେଇଥିଲେ । ବୈଦେଶିକ ମନ୍ତ୍ରୀ ଗୃହରେ କହିଛନ୍ତି କୁଳଭୂଷଣ ମାମଲାରେ ଗତକାଲି ଆଇସିଜେର 15ଜଣିଆ ବିଚାରପତି ଭାରତ ପକ୍ଷରେ ରାୟ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

କୁଳଭୂଷଣ ତାଙ୍କ ପରିବାରର ଖାଲି ଜଣେ ସଦସ୍ୟ ନୁହଁନ୍ତି, ସେ ଭାରତ ମାତାର ସନ୍ତାନ । ତେଣୁ ତାଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ପାଇଁ ଯାହା ଦରକାର ତାହା କରିବାରେ କୌଣସି ଅବହେଳା ସରକାର କରିବେ ନାହିଁ । କୁଳଭୂଷଣଙ୍କ ପରିବାର ସହ ସାରା ଦେଶବାସୀ ଏକସଙ୍ଗରେ ଛିଡା ହୋଇଛନ୍ତି ବୋଲି କହିଥିଲେ ।

ଏହାସହ ଆଇନଜୀବୀ ହରିଶ ସାଲଭେଙ୍କୁ ମଧ୍ୟ ଜୟଶଙ୍କର ପ୍ରଶଂସା କରିବା ସହ ତାଙ୍କ ବଳିଷ୍ଠ ଯୁକ୍ତି ଯୋଗୁଁ ଆଜି ଦେଶର ସମ୍ମାନ ବଢିଛି ବୋଲି କହିଥିଲେ । ଏହି ଅବସରରେ ବୈଦେଶିକ ମନ୍ତ୍ରୀ ସମସ୍ତ ସଭ୍ୟଙ୍କ ସହଯୋଗ ଲୋଡିଥିଲେ । କୁଳଭୂଷଣଙ୍କୁ ଫେରାଇ ଆଣିବା ପାଇଁ ସମସ୍ତେ ଏକାଠି ହେବାକୁ ବୈଦେଶିକ ମନ୍ତ୍ରୀ ଆହ୍ବାନ କରିଥିଲେ । ମନ୍ତ୍ରୀଙ୍କର ଏହି ଆହ୍ବାନକୁ ସବୁଦଳର ସଦସ୍ୟ କରତାଳି ମାରି ସମର୍ଥନ କରିଥିଲେ ।

ପରେ ଗୃହରେ ଅଧ୍ୟକ୍ଷତା କରୁଥିବା ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଥିଲେ ମୁଁ ବହୁତ ଖୁସି ଯେ ଦେଶର ସାର୍ବଭୌମତ୍ବର ଅଖଣ୍ଡତା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକ ହୋଇଛନ୍ତି, ଯାହା ଦେଶବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ଆଶା କରୁଛି ଖୁବ ଶୀଘ୍ର କୁଳଭୂଷଣ ନିରାପଦରେ ଭାରତକୁ ଫେରିଆସିବେ ।

Intro:Body:

asc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.