ETV Bharat / bharat

ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା - Rajya Sabha adjourned

ରାଜ୍ୟସଭାରେ ବିଶୃଙ୍ଖଳା ଆଚରଣ ପାଇଁ 8 ସାଂସଦଙ୍କୁ ନିଲମ୍ବିତ କରିବା ପରେ ଅଚଳ ହୋଇପଡିଥିଲା ଗୃହକାର୍ଯ୍ୟ । ବିରୋଧୀଙ୍କ ବାରମ୍ବାର ବିରୋଧ ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା

author img

By

Published : Sep 21, 2020, 1:05 PM IST

ନୂଆଦିଲ୍ଲୀ: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଚାଲିପାରିଲା ନାହିଁ ଗୃହକାର୍ଯ୍ୟ । ଆସନ୍ତାକାଲି ସକାଳ 9ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା । ଗୃହର ପରିଚାଳନା କରୁଥିବା ଭୁବନେଶ୍ବର କଲିତ ଏନେଇ ଘୋଷଣା କରିଛନ୍ତି । ରାଜ୍ୟସଭାରେ ବିଶୃଙ୍ଖଳା ଆଚରଣ ପାଇଁ 8 ସାଂସଦଙ୍କୁ ନିଲମ୍ବିତ କରିବା ପରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ଭୁବନେଶ୍ୱର କଲିତା ନିଲମ୍ବିତ ସାଂସଦମାନଙ୍କୁ ଗୃହ ଛାଡିବାକୁ ଅନୁରୋଧ କରିଥିଲେ। ନିୟମ ଅନୁଯାୟୀ ବିରୋଧୀଙ୍କୁ ନିଜ ମତ ରଖିବାକୁ କହିଥିଲେ । ଆଗକୁ ମଧ୍ୟ ସାଂସଦମାନଙ୍କୁ ନିଲମ୍ବନ କରାଯାଇଛି ଏଥିରେ ବିରୋଧରେ କିଛି କାରଣ ନାହିଁ । ତେବେ ସୋମବାର ଦିନ 5 ଥର ପାଇଁ ଗୃହକୁ ମୁଲତବୀ କରାଯାଇଥିଲା । ପ୍ରଥମେ 10ଟା ପରେ 10.36 ଏବଂ 11 ଓ 12 ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଥିଲା ।

ସୋମବାର ସଂସଦର ମୌସୁମୀ ଅଧିବେଶନର ଅଷ୍ଟମ ଦିନରେ ରାଜ୍ୟସଭାର 8 ସାଂସଦଙ୍କୁ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ନିଲମ୍ବିତ କରିଛନ୍ତି । ଟିଏମସି ସାଂସଦ ଡେରିକ ଓ ବ୍ରାୟନ, ଆପ ସାଂସଦ ସଞ୍ଚୟ ସି, ରୁପିନ ବୋରା, ନାଜିର ହୁସେନ, କେକେ ରାଗେଶ, ଏ. କରିମ, ରାଜୁ ସାତଭ, ଡୋଲା ସେନଙ୍କୁ ସପ୍ତାହେ ପାଇଁ ନିଲମ୍ବନ କରାଯାଇଛି । ଯାହାକୁ ନେଇ ବିରୋଧୀ ବାରମ୍ବାର ପ୍ରତିବାଦ ଜଣାଇବା ସହ ହଟ୍ଟଗୋଳ କରିଥିଲେ । ଫଳରେ ବାରମ୍ବାର ଗୃହକାର୍ଯ୍ୟକୁ ମୁଲତବୀ କରାଯାଇଥିଲା । ଏଥିସହ ଉପାଧ୍ୟକ୍ଷ ହରବଂଶ ନାରାୟଣଙ୍କ ବିରୋଧ ଅଣାଯାଇଥିବା ଅବିଶ୍ବାସ ପ୍ରସ୍ତାବକୁ ମଧ୍ୟ ଅଧ୍ୟକ୍ଷ ଖାରଜ କରିଦେଇଛନ୍ତି ।

ସୂଚନାଯୋଗ୍ୟ, ରବିବାର ରାଜ୍ୟସଭାରେ 2ଟି କୃଷି ବିଲକୁ ଆଗତ କରିଥିଲେ କେନ୍ଦ୍ରକୃଷି ମନ୍ତ୍ରୀ। ଏହି ବିଲ ଉପରେ ଆଲୋଚନା ଏବଂ ଅନୁମୋଦନ ପାଇଁ ଉପାଧ୍ଯକ୍ଷ ଗୋଟାଏ ପରେ ବଢାଇବାକୁ ମତାମତ ଲୋଡିବା କ୍ଷଣି ହଙ୍ଗାମା ହୋଇଥିଲା । ଟିଏମସି ସାଂସଦ ଡେରିକ ଓ ବ୍ରାଇନ ହରିବଂଶ ନାରାୟଣଙ୍କ ନିକଟକୁ ଯାଇ ସଂସଦର ରୁଲ ବୁଲ ଚିରି ଦେଇଥିଲେ । ସେ ଉପାଧ୍ୟକ୍ଷଙ୍କ ମାଇକ ଛଡାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ଆପ୍‌ ସାଂସଦ ସଞ୍ଜୟ ସିଂ ମାଇକ ଭାଙ୍ଗି ଦେଇଥିଲେ । ଉଚ୍ଚ ସଦନରେ ଏଭଳି ଆଚରଣକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଆଜି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.