ETV Bharat / bharat

ଏଲଏସି ପ୍ରସଙ୍ଗରେ ତିନି ସେନା ମୁଖ୍ୟଙ୍କ ସହ ବୈଠକ କରିବେ ରାଜନାଥ ସିଂହ - ରାଜନାଥ ସିଂହ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ସିଡିଏସ ଜେନେରାଲ୍ ବିପିନ ରାୱତ ଏବଂ ତିନି ସେନାର ମୁଖ୍ୟଙ୍କ ସହ ଆଲୋଚନା କରିବେ । ଏହି ବୈଠକରେ ସେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
author img

By

Published : Jul 10, 2020, 12:55 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ସିଡିଏସ ଜେନେରାଲ୍ ବିପିନ ରାୱତ ଏବଂ ତିନି ସେନାର ମୁଖ୍ୟଙ୍କ ସହ ଆଲୋଚନା କରିବେ । ଏହି ବୈଠକରେ ସେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି । ଏହି ବୈଠକରେ ସାମଗ୍ରିକ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରାଯିବ।

ତେବେ ଭାରତ ଏହାର ସାର୍ବଭୈମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗୁରୁବାର ଗଣମାଧ୍ୟମରେ ସୂଚନା ଦେଇ କହିଥିଲେ । ସେ କହିଥିଲେ, ଉଭୟ ପକ୍ଷର କୂଟନୈତିକ ଏବଂ ସାମରିକ ଅଧିକାରୀମାନେ ଏଲଏସି ବିବାଦର ସମାଧାନ ପାଇଁ ବୈଠକ ଜାରି ରଖିବେ। ଉଭୟ ପକ୍ଷର ପ୍ରତିନିଧୀଙ୍କ ସହମତି ଅନୁଯାୟୀ ସ୍ୟନ୍ୟ ପ୍ରତ୍ୟାହାର ପ୍ରକ୍ରିୟାକୁ ନେଇ ପରାମର୍ଶ ଏବଂ ସମନ୍ୱୟ ପାଇଁ ୱାର୍କିଂ ମେକାନିଜିମର ପରବର୍ତ୍ତୀ ବୈଠକ ଖୁବ ଶୀଘ୍ର ହେବ ବୋଲି ଆଶା କରାଯାଉଛି। ଏଲଏସିର ସଂଘର୍ଷ ସ୍ଥଳରୁ ଭାରତ ଏବଂ ଚୀନ ସୈନିକଙ୍କ ପ୍ରଥମ ପର୍ଯ୍ୟାୟ ପ୍ରତ୍ୟାହାର ସମାପ୍ତ ହୋଇଛି ।

ଜୁଲାଇ 5ରେ ଜାତୀୟ ସୁରକ୍ଷାପରମାର୍ଶଦାତା ଅଜିତ ଡୋଭାଲ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ଟେଲିଫୋନିକ୍ ବାର୍ତ୍ତାଳାପ ହୋଇଥିଲା । ଏହି ବାର୍ତ୍ତାଳାପରେ ଉଭୟ ନେତା ଶାନ୍ତି ଏବଂ ଶାନ୍ତିର ସମ୍ପୂର୍ଣ୍ଣ ପୁନରୁଦ୍ଧାର ପାଇଁ ପ୍ରକୃତ ନିୟନ୍ତ୍ରଣ ରେଖାରେ ଥିବା ସୈନ୍ୟମାନଙ୍କ ପ୍ରତ୍ୟାହର ଆବଶ୍ୟକ ବୋଲି ସହମତି ପ୍ରକାଶ କରିଥିଲେ । ଏଲଏସିରେ ଜାରି ବିବାଦର ସମାଧାନ ଶୀଘ୍ର ହେବା ଉଚିତ ବୋଲି ଉଭୟ ନେତା କହିଥିଲେ । ତେବେ ଏହି ବାର୍ତ୍ତାଳପ ପରେ ସୈନ୍ୟ ପ୍ରତ୍ୟାହାରର ପ୍ରଥମ ପର୍ଯ୍ୟାୟର ଏକ ଅଂଶ ଭାବରେ ଚୀନ ସୈନ୍ୟମାନେ ଫିଙ୍ଗର ଅଞ୍ଚଳର ଫିଙ୍ଗର 4 ରୁ ଫିଙ୍ଗର 5ରେ ପଛକୁ ହଟିଛନ୍ତି । ସେମାନେ ଗଲୱାନ ଉପତ୍ୟକା, ହଟ୍ ସ୍ପ୍ରିଙ୍ଗସ୍ ଏବଂ ପାଟ୍ରୋଲିଂ ପଏଣ୍ଟ -15 ସମେତ ଅନ୍ୟ ସଂଘର୍ଷ ପଏଣ୍ଟରେ ପ୍ରାୟ ଦୁଇ କିଲୋମିଟର ପଛକୁ ହଟିଥିବା ସୂତ୍ରରୁ ପ୍ରକାଶ ପାଇଛି ।

ତେବେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ସମୟରେ ହୋଇଥିବା ସହମତି ଅନୁଯାୟୀ ଭାରତୀୟ ସୈନ୍ୟ ମଧ୍ୟ ପଛକୁ ଫେରିଛନ୍ତି । ତେବେ ଏହି ଖାଲି ସ୍ଥାନଗୁଡିକ ଉଭୟ ପକ୍ଷର ଅସ୍ଥାୟୀ ଅଣ-ପାଟ୍ରୋଲିଂ ଜୋନ୍ ଭାବରେ ପରିଗଣିତ ହେବ । ସେମାନଙ୍କର ସୈନ୍ୟମାନେ ସେଠାକୁ ଆସିବେ ନାହିଁ ବୋଲି ସୂତ୍ରରୁ ପ୍ରରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.