ETV Bharat / bharat

'ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ସକ୍ଷମ ଭାରତୀୟ ସେନା'

ସୀମା ସୁରକ୍ଷାକୁ ନେଇ ଲୋକସଭାରେ ଆଶ୍ବାସନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଭାରତୀୟ ସେନା ସତର୍କ ଅଛନ୍ତି ଏବଂ ସୀମାର ସୁରକ୍ଷା କରୁଛନ୍ତି । ସେମାନେ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ସମ୍ପୂର୍ଣ୍ଣ ରୂପେ ସକ୍ଷମ ଅଛନ୍ତି ।

author img

By

Published : Dec 4, 2019, 2:04 PM IST

rajnath-singh
ଫଟୋ ସୌଜନ୍ୟ: ଲୋକସଭା ଟିଭି

ନୂଆଦିଲ୍ଲୀ: ସୀମା ସୁରକ୍ଷାକୁ ନେଇ ଲୋକସଭାରେ ଆଶ୍ବାସନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ପ୍ରଶ୍ନର ଜବାବରେ ସେ କହିଛନ୍ତି, ଆମ ସେନା ସତର୍କ ଅଛନ୍ତି ଏବଂ ସୀମାର ସୁରକ୍ଷା କରୁଛନ୍ତି । ସେମାନେ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ସମ୍ପୂର୍ଣ୍ଣ ରୂପେ ସକ୍ଷମ ଅଛନ୍ତି । ଏହାକୁ ନେଇ କାହା ମନରେ କୌଣସି ପ୍ରକାର ସନ୍ଦେହ ରହିବା ଅନୁଚିତ ବୋଲି ରାଜନାଥ ସିଂହ କହିଛନ୍ତି ।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

ଚୀନ ସେନାର ବେଆଇନ ଅନୁପ୍ରବେଶ ଦିଗରେ ସରକାର କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ଅଧୀର ରଞ୍ଜନ ଚୌଧୁରୀ ଲୋକସଭାରେ ପ୍ରଶ୍ନ କରିଥିଲେ । ଯାହାର ଜବାବରେ ରାଜନାଥ ସିଂହ କହିଛନ୍ତି, ଭାରତ ଏବଂ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନାହିଁ । ତେଣୁ ଏଲଏସିର ଭିନ୍ନ ଭିନ୍ନ ଧାରଣା ଯୋଗୁଁ ବେଳେବେଳେ ଏଭଳି ଘଟଣା ଘଟୁଛି । ବେଳେବେଳେ ଚୀନ ସେନା ଭାରତୀୟ ସୀମାରେ ପ୍ରବେଶ କରୁଛନ୍ତି ତ ଆଉ ବେଳେବେଳେ ଭାରତୀୟ ସେନା ମଧ୍ୟ ଚୀନ ସୀମାରେ ପ୍ରବେଶ କରୁଛନ୍ତି ବୋଲି ରାଜନାଥ କହିଛନ୍ତି ।

ଏହା ସହିତ ଭାରତ ଦେଶର ଏକତା, ସୁରକ୍ଷା ଏବଂ ସାର୍ବଭୌମତ୍ବକୁ ସୁନିଶ୍ଚିତ କରିବା ପାଇଁ ଚୀନ ସୀମାରେ ସଡକ, ସୁଡଙ୍ଗ, ରେଳ ଲାଇନ ଏବଂ ବିମାନ କ୍ଷେତ୍ର ଭଳି ଭିତ୍ତିଭୂମି ପ୍ରସ୍ତୁତ କରୁଛି ବୋଲି ରାଜନାଥ ସିଂହ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.