ETV Bharat / bharat

ନାରୀ ସୁରକ୍ଷାକୁ ନେଇ ଆହୁରି କଠୋର ହେବେ ସରକାର

author img

By

Published : Dec 2, 2019, 2:13 PM IST

ହାଇଦ୍ରାବାଦର ପଶୁ ଡାକ୍ତରାଣୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାକୁ ନେଇ ଲୋକସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହା ସହିତ ଏଭଳି ଘଟଣାକୁ ରୋକିବା ପାଇଁ ଆହୁରି କଠୋର ଆଇନ ପ୍ରଣୟନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଗୃହ ସଦସ୍ୟଙ୍କୁ ଆଶ୍ବାସନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

rajnath singh
ଫଟୋ ସୌଜନ୍ୟ: ଲୋକସଭା ଟିଭି

ନୂଆଦିଲ୍ଲୀ: ହାଇଦ୍ରାବାଦର ପଶୁ ଡାକ୍ତରାଣୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାକୁ ନେଇ ଲୋକସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି । ଏହାର ଅପରାଧୀଙ୍କୁ କଠିନ ଦଣ୍ଡ ମିଳିବା ଉଚିତ ବୋଲି ସେ କହିଛନ୍ତି । ଏହା ସହିତ ଏଭଳି ଘଟଣାକୁ ରୋକିବା ପାଇଁ ଆହୁରି କଠୋର ଆଇନ ପ୍ରଣୟନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଗୃହ ସଦସ୍ୟଙ୍କୁ ଆଶ୍ବାସନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

ସେ କହିଛନ୍ତି, ନିର୍ଭୟା ଗଣଦୁର୍ଷ୍କମ ମାମଲା ପରେ କଠୋର ଆଇନ ପ୍ରଣୟନ ହୋଇଥିଲା । କିନ୍ତୁ ଏହା ପରେ ମଧ୍ୟ ଜଘନ୍ୟ ଅପରାଧ ହେଉଛି । ମହିଳାଙ୍କ ଉପରେ ହେଉଥିବା ଏଭଳି ଅପରାଧ ଉପରେ ରୋକ ଲଗାଇବା ପାଇଁ ସମ୍ପୂର୍ଣ୍ଣ ସଦନର ସହମତିରେ ଆମେ ଆଇନ ପ୍ରଣୟନ କରିବାକୁ ପ୍ରସ୍ତୁତ ଅଛୁ । କିନ୍ତୁ ଏହାର ଅନ୍ତିମ ନିର୍ଣ୍ଣୟ ବାଚସ୍ପତି ନେବେ ବୋଲି ସେ କହିଛନ୍ତି ।

ସେପଟେ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଏହି ଘଟଣାରେ ଚିନ୍ତା ପ୍ରକାଟ କରି କହିଛନ୍ତି, ଏଭଳି ଅପରାଧକୁ ମୁଁ କଡା ନିନ୍ଦା କରୁଛି । ଏହି ବିଷୟ ଉପରେ ଚର୍ଚ୍ଚା କରିବା ପାଇଁ ସଦନର ସମସ୍ତ ସଦସ୍ୟ ପ୍ରସ୍ତୁତ ଅଛନ୍ତି । ଦେଶର କୌଣସି ରାଜ୍ୟରେ ଏଭଳି ଘଟଣାର ପୁନରାବୃତ୍ତି ନହେଉ ବୋଲି ସେ କହିଛନ୍ତି ।

Intro:Body:

khirabdhi2

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.