ETV Bharat / bharat

ଛତ୍ରପୁରସ୍ଥିତ ବାସଭବନରେ ଅମର ସିଂହ ଙ୍କ ଶେଷ ଦର୍ଶନ କଲେ ପ୍ରତିରକ୍ଷା ମନ୍ତ୍ରୀ - Rajnath Singh pays last respects to MP Amar Singh

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଜାତୀୟ ରାଜଧାନୀର ଛତ୍ରପୁରସ୍ଥିତ ବାସଭବନରେ ପୂର୍ବତନ ସମାଜବାଦୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ଅମର ସିଂହଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଛତ୍ରପୁରସ୍ଥିତ ବାସଭବନରେ ଅମର ସିଂହ ଙ୍କ ଶେଷ ଦର୍ଶନ କଲେ ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Aug 3, 2020, 12:40 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଜାତୀୟ ରାଜଧାନୀର ଛତ୍ରପୁରସ୍ଥିତ ବାସଭବନରେ ପୂର୍ବତନ ସମାଜବାଦୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ଅମର ସିଂହଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମନ୍ତ୍ରୀ ସ୍ୱର୍ଗତ ନେତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ।

ପୂର୍ବରୁ ରବିବାର ଦିନ ଅମର ସିଂହଙ୍କ ମୃତଦେହ ତାଙ୍କ ବାସଭବନକୁ ଅଣାଯାଇଥିଲା। ଶନିବାର 64 ବର୍ଷ ବୟସରେ ସେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ସିଂହ ରାଜ୍ୟସଭାର ସଦସ୍ୟ ଥିଲେ ଏବଂ ସିଙ୍ଗାପୁରର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ଯେଉଁଠାରେ ସେ ଗତ କିଛି ମାସ ଧରି କିଡନୀ ଅସୁସ୍ଥତା ପାଇଁ ଚିକିତ୍ସିତ ହେଉଥିଲେ।

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଂହଙ୍କ ଦେହାନ୍ତରେ ସମବେଦନା ଜଣାଇବା ସହ ସେ ଜଣେ ଶକ୍ତିଶାଳୀ ଜନପ୍ରତିନିଧୀ ବୋଲି କହିଛନ୍ତି। ମାର୍ଚ୍ଚରେ ସିଂହ ହସ୍ପିଟାଲ ବେଡରୁ ଟ୍ୱିଟରରେ ଏକ କ୍ଷୁଦ୍ର ଭିଡିଓ ବାର୍ତ୍ତା ପୋଷ୍ଟ କରିଥିଲେ ଯେଉଁଥିରେ ସେ କୋରୋନାଭାଇରସ ବିରୋଧରେ ଲଢେଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିବାକୁ ତାଙ୍କର ସମସ୍ତ ଅନୁଗାମୀଙ୍କୁ ନିବେଦନ କରିଥିଲେ। ଭିଡିଓ ସହିତ ପୋଷ୍ଟ ହୋଇଥିବା ତାଙ୍କ କ୍ଷୁଦ୍ର ବାର୍ତ୍ତାରେ ସେ ''ଟାଇଗର ଜିନ୍ଦା ହେ'' ବୋଲି ଲେଖିଥିଲେ।

ସିଂହ ଗତ କିଛି ମାସ ଧରି କିଡନୀ ସମ୍ବନ୍ଧୀୟ ରୋଗର ସମ୍ମୁଖୀନ ହୋଇଥିଲେ ଏବଂ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେ ଏହା ପୂର୍ବରୁ 2011 ରେ କିଡନୀ ପ୍ରତିରୋପଣ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.