ନୂଆଦିଲ୍ଲୀ: ସୀମାରେ ଜାରି ରହିଥିବା ତିକ୍ତତାକୁ ଦୃଷ୍ଟିରେ ରଖି ହାଇ ଆଲର୍ଟରେ ପ୍ରତିରକ୍ଷା ମନ୍ତ୍ରାଳୟ । ଜାମ୍ମୁ କାଶ୍ମୀରର ତଙ୍ଗଧର ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳିଚାଳନା କରାଯିବା ପରେ ଭାରତୀୟ ସେନା ଏହାର କଡା ଜବାବ ଦେଇଛି । ତେବେ ଏହି ଘଟଣା ପରେ ଲଗାତାର ସେନା ପ୍ରମୁଖ ବିପିନ ରାୱତଙ୍କ ସହ ସମ୍ପର୍କ କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ବ୍ୟକ୍ତିଗତ ରୂପରେ ସ୍ଥିତିର ସମୀକ୍ଷା କରିବା ସହ ଘଟଣାର ପ୍ରତିଟି ମୂହୁର୍ତ୍ତ ଉପରେ ନଜର ରଖିବା ପାଇଁ ସେନା ପ୍ରମୁଖଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଭାରତୀୟ ସେନାର ପାଲଟା କାର୍ଯ୍ୟାନୁଷ୍ଠାନରେ ପିଓକେରେ ଭାରି ମାତ୍ରାରେ କ୍ଷୟକ୍ଷତି ହୋଇଥିବା ସ୍ବୀକାର କରିଛି ପାକିସ୍ତାନ । କିନ୍ତୁ ମୃତ ପାକିସ୍ତାନ ସେନାଙ୍କ ସଂଖ୍ୟା କେବଳ ଗୋଟିଏ ବୋଲି ଦାବି କରୁଛି ପାକ୍ । ପାକିସ୍ତାନ ସେନାର ମୁଖ୍ୟ ପ୍ରବକ୍ତା ମେଜର ଜେନେରାଲ୍ ଅସିଫ୍ ଗଫୁର୍ ସିରିଜ୍ ଟ୍ଵିଟ୍ କରି କହିଛନ୍ତି, ‘ ଏହି ଆକ୍ରମଣରେ 2 ଯବାନଙ୍କ ସମେତ ୩ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। ଭାରତର ପାଲଟା ଜବାବରେ 4 ରୁ 5 ପାକିସ୍ତାନୀ ସେନା ନିହତ ହୋଇଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ, ରବିବାର ତଙ୍ଗଧର ସେକ୍ଟରରେ ପ୍ରଥମେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ସେକ୍ଟରର ବିପରୀତ ପାର୍ଶ୍ବରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଏଥିରେ 5 ପାକିସ୍ତାନ ସେନାଙ୍କ ସମେତ ଆତଙ୍କୀ ଆଡ୍ଡା ଧ୍ବଂସ ହୋଇଛି ।