ETV Bharat / bharat

ରାଜୀବ କୁମାର ହେଲେ ନୂତନ ନିର୍ବାଚନ କମିଶନର - Election Commissioner

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନୂତନ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । ଅଧିକ ପଢନ୍ତୁ...

ରାଜୀବ କୁମାରଙ୍କୁ ନୂତନ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି

author img

By

Published : Aug 21, 2020, 11:42 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନୂତନ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । 1984 ବ୍ୟାଚ ଝାରଖଣ୍ଡ କ୍ୟାଡର ଆଇଏଏସ୍ ଅଫିସର ରାଜୀବ କୁମାରଙ୍କୁ ଅଶୋକ ଲାଭାସାଙ୍କ ସ୍ଥାନରେ ନିଯୁକ୍ତ କରାଯାଇଛି । ଅଶୋକ ଲାଭାସା ଆସନ୍ତା ମାସରେ ଫିଲିପାଇନ୍ସ ସ୍ଥିତ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି)ରେ ଉପ-ସଭାପତି ଭାବରେ ଯୋଗଦେବେ । ସେଥିପାଇଁ ସେ ଇସ୍ତଫା ଦେଇଛନ୍ତି ।

ଅର୍ଥ ମନ୍ତ୍ରଣାଳୟରେ ଯୋଗଦେବା ପୂର୍ବରୁ ରାଜୀବ କୁମାର କର୍ମଚାରୀ ଏବଂ ତାଲିମ ବିଭାଗରେ ଉପଦେଷ୍ଟା ଭାବରେ କାର୍ଯ୍ୟ କରିଥିଲେ। ସେ ଏସିସି ଦ୍ୱାରା କରାଯାଇଥିବା ପଦୋନ୍ନତି ଏବଂ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହିତ ଅନେକ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଲାଭାସା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଅଗଷ୍ଟ 31ରେ ତାଙ୍କୁ ରିଲିଭ କରିବାକୁ ଅନୁରୋଧ କରିଥିଲେ। ଗତ ବୁଧବାର ରାଷ୍ଟ୍ରପତି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.