ଜୟପୁର: ସମଗ୍ର ଦେଶ କୋରୋନା ବିରୋଧରେ ଲଢେଇ ଜାରି ରହିଥିବାବେଳେ ମେଡିକାଲଗୁଡିକ କୌଣସି ଭେଦଭାବ ନକରି ଲୋକଙ୍କୁ ଚିକିତ୍ସା କରୁଛନ୍ତି । ଏହା ମଧ୍ୟରେ ଏକ ହ୍ବାଟ୍ସଆପ ଚାଟର ସ୍କ୍ରିନସଟ୍ ଭାଇରାଲ ହୋଇଛି । ଯାହା ଅତ୍ୟନ୍ତ ଲଜ୍ଜାଜନକ ଅଟେ । ଏହା ରାଜସ୍ଥାନର ଚୁରୁସ୍ଥିତ ଏକ ଘରୋଇ ମେଡିକାଲର ବୋଲି କୁହାଯାଉଛି। ଯିଏ ନିଜ କର୍ମଚାରୀଙ୍କୁ ମେଡିକାଲରେ ମୁସଲିମ ରୋଗୀଙ୍କ ଚିକିତ୍ସା ନକରିବା କଥା କହୁଛନ୍ତି ।
ମେସେଜରେ ଲେଖାହୋଇଛି, କାଲିଠାରୁ ମୁଁ ମୁସଲମାନ ରୋଗୀଙ୍କର ଏକ୍ସ-ରେ କରିବି ନାହିଁ, ଏହା ମୋର ଶପଥ । ମୁସଲମାନ ରୋଗୀଙ୍କୁ ଦେଖିବା ବନ୍ଦ କର । ଅନ୍ୟ ଜଣେ କେହି ଏହି ମେସେଜ ଗ୍ରୁପରେ ଲେଖିଥିଲେ ଯଦି ହିନ୍ଦୁମାନେ ପଜେଟିଭ ଥାଆନ୍ତେ, ତେବେ ମୁସଲିମ ଡାକ୍ତରମାନେ ହିନ୍ଦୁମାନଙ୍କୁ ମଧ୍ୟ କଣ ଦେଖିନଥାନ୍ତେ । ମୁଁ ମୁସଲିମଙ୍କୁ ଓପିଡିରେ ଦେଖିବି ନାହିଁ । କହିଦେବ ମ୍ୟାଡାମ ନାହାଁନ୍ତି ।
ପୋଲିସ କହିଛି ଯେ ଡାକ୍ତରଙ୍କ ପତ୍ନୀଙ୍କ ନାମ ମଧ୍ୟ ହ୍ବାଟ୍ସଆପ ଆପ୍ ଚାଟରେ ଅଛି। ସେ ମଧ୍ୟ ଏହି ଡାକ୍ତରଖାନାର ଜଣେ ଡାକ୍ତରାଣୀ ଅଟନ୍ତି । ମାତ୍ର ସେ ଏହି ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ।
ଗତ ଶନିବାର ଚୁରୁ ସହରଠାରୁ ପ୍ରାୟ 50 କିଲୋମିଟର ଦୂରରେ ଥିବା ସର୍ଦ୍ଦାରସହରର ଏକ ଘରୋଇ ଅର୍ଥୋପେଡିକ୍ ଡାକ୍ତରଖାନା ଚଳାଉଥିବା ଡାକ୍ତର ଫେସବୁକରେ କ୍ଷମା ମାଗି କହିଛନ୍ତି ଯେ, ତାଙ୍କ କର୍ମଚାରୀମାନେ କୌଣସି ଧାର୍ମିକ ସମ୍ପ୍ରଦାୟକୁର କ୍ଷତି କରିବାକୁ ଚାହୁଁ ନାହାଁନ୍ତି । ସେ ଫେସବୁକରେ ସ୍ପଷ୍ଟୀକରଣ ଦେଇ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ପୋଲିସ କହିଛନ୍ତି ଯେ, ଏହି ମାମଲା ସମ୍ପର୍କରେ ଅଭିଯୋଗ ମିଳିବା ପରେ ତଦନ୍ତ ଆରମ୍ଭ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନାହିଁ ।