ETV Bharat / bharat

ରାଜସ୍ଥାନ ରାଜନୀତି ରଣ: ସୁପ୍ରିମକୋର୍ଟ ଯିବେ ବାଚସ୍ପତି

ବାଚସ୍ପତିଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟ ଯିବେ ରାଜସ୍ଥାନ ବାଚସ୍ପତି ସିପି ଯୋଶୀ । ସୁପ୍ରିମ୍‌କୋର୍ଟରେ ଦାଖଲ କରିବେ ଏସଏଲପି । ଅଧିକ ପଢନ୍ତୁ...

ରାଜସ୍ଥାନ ରାଜନୀତି ରଣ: ସୁପ୍ରିମକୋର୍ଟ ଯିବେ ବାଚସ୍ପତି
ରାଜସ୍ଥାନ ରାଜନୀତି ରଣ: ସୁପ୍ରିମକୋର୍ଟ ଯିବେ ବାଚସ୍ପତି
author img

By

Published : Jul 22, 2020, 10:26 AM IST

ଜୟପୁର: ରାଜସ୍ଥାନ ରାଜନୀତିରେ ଦେଖାଦେଇଥିବା କ୍ଷମତା କନ୍ଦଳ ମଧ୍ୟରେ ସୁପ୍ରିମକୋର୍ଟ ଯିବେ ବାଚସ୍ପତି ସିପି ଯୋଶୀ । ବାଚସ୍ପତିଙ୍କ କ୍ଷମତାକୁ ନେଇ ସୁପ୍ରିମ୍‌କୋର୍ଟରେ ଦାଖଲ କରିବେ ଏସଏଲପି(ସ୍ପେଶାଲ ଲିଭ୍‌ ପିଟିସନ) । ଏନେଇ ଆଜି ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ବାଚସ୍ପତି ।

ଏହି ଅବସରରେ ସିପି ଯୋଶୀ କହିଛନ୍ତି ଯେ, ଦେଶର ସଂସଦୀୟ ଲୋକତନ୍ତ୍ରରେ ସମସ୍ତଙ୍କର ଭୂମିକା ନିର୍ଦ୍ଧାରିତ କରାଯାଇଛି । କେଉଁ ବିଧାୟକଙ୍କୁ ନୋଟିସ ଦିଆଯିବ ଓ କେଉଁ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯିବ ତାହା ବାଚସ୍ପତିଙ୍କ ଅଧିକାର । ସୁପ୍ରିମକୋର୍ଟ 1992ରେ ଏକ ମାମଲାର ଶୁଣାଣି କରି ଏପରି ଅଧିକାର ବାଚସ୍ପତିଙ୍କ ପାଖରେ ରହିବ ବୋଲି କହିଛନ୍ତି ।

ସେହିପରି ଯେଉଁ ପର୍ଯ୍ୟନ୍ତ ବାଚସ୍ପତି କୌଣସି ନିଷ୍ପତ୍ତି ଗ୍ରହଣ କରିନାହାଁନ୍ତି, ସେପର୍ଯ୍ୟନ୍ତ କୋର୍ଟ ଏହା ଉପରେ ଦଖଲ ଦେଇପାରିବ ନାହିଁ । ଯେଉଁଥିଲାଗି ସେ ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିବେ ବୋଲି କହିଛନ୍ତି ।

ଏହାସହ ଏପର୍ଯ୍ୟନ୍ତ କେବଳ କାରଣ ଦର୍ଶାଅ ନୋଟିସ ପଠାଯାଇଛି । କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ସେ ଦର୍ଶାଇଛନ୍ତି । ଅନ୍ୟପଟେ ଯଦି ବାଚସ୍ପତି କୌଣସି ନିଷ୍ପତ୍ତି ନିଅନ୍ତି ତାହା ଉପରେ କୋର୍ଟ ରିଭ୍ୟୁ କରିପାରନ୍ତି । ତେଣୁ ଆମର ଅପିଲ ହେଉଛି କି, ବିଧାନସଭା ବାଚସ୍ପତିଙ୍କ କାର୍ଯ୍ୟରେ କୌଣସି ହସ୍ତକ୍ଷେପ କରାନଯାଉ ବୋଲି ମଧ୍ୟ ସେ କହିଛନ୍ତି । ସେପଟେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସେ ସମ୍ମାନ ଦିଅନ୍ତି ବୋଲି କହିବା ସହ ବାଚସ୍ପତିଙ୍କ କ୍ଷମତାକୁ ନେଇ ସେ ସୁପ୍ରିମକୋର୍ଟ ଯିବେ ବୋଲି ଦର୍ଶାଇଛନ୍ତି ।

ସୂଚନାଥାଉକି, କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିବା କାରଣରୁ ସଚିନ ପାଇଲଟଙ୍କ ସମେତ 19 ବିଧାୟକଙ୍କୁ ବାଚସ୍ପତି କାରଣ ଦର୍ଶାଅ ନୋଟିସ ପଠାଇଥିଲେ । ଯାହାକୁ ନେଇ ରାଜସ୍ଥାନ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସଚିନ ପାଇଲଟ ।

ତେବେ ହାଇକୋର୍ଟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଆସନ୍ତା ଜୁଲାଇ 24 ଯାଏଁ ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକଙ୍କୁ ସମୟ ଦିଆଯାଇଛି । ଅର୍ଥାତ ଏହି ସମୟ ମଧ୍ୟରେ କୌଣସି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ବିଧାନସଭା ବାଚସ୍ପତି ସିପି ଜୋଶୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟ ।

ରାଜସ୍ଥାନରେ କ୍ଷମତା ଯୁଦ୍ଧ ଲାଗି ରହିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଯାହାକୁ ନେଇ ରାଜସ୍ଥାନ ରାଜନୀତିରେ ଅସ୍ଥିରତା ଦେଖାଦେଇଛି । ସଚିନ ପାଇଲଟ ଓ ତାଙ୍କର 18 ସମର୍ଥକ ବିଧାୟକ କଂଗ୍ରେସ କ୍ୟାମ୍ପ ଛାଡି ହରିୟାଣର କୌଣସି ଏକ ହୋଟେଲରେ ଡେରା ପକାଇଥିବା କୁହାଯାଉଛି । ଏପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ସମର୍ଥକ ବିଧାୟକଙ୍କୁ ଏକ ହୋଟେଲରେ ରଖିଛନ୍ତି ।

ତେବେ ଏହାରି ଭିତରେ ପ୍ରଥମେ କଂଗ୍ରେସ ଜୁଲାଇ 13 ଓ 14 ତାରିଖରେ ବିଧାୟକ ଦଳ ବୈଠକ ଡାକିଥିଲା । ଯେଉଁଥିରେ ସଚିନ ପାଇଲଟଙ୍କ ସମେତ 19 ବିଧାୟକ ଯୋଗଦେଇନଥିଲେ । ବୈଠକ ପରେ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ଦୁଇ ମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ବିଦା କରାଯାଇଥିଲା । ଏହାସହ ସଚିନଙ୍କୁ ପିସିସି ସଭାପତି ପଦରୁ ମଧ୍ୟ ହଟାଇଦିଆଯାଇଥିଲା ।

ସେହିପରି ବୈଠକରେ ଯୋଗଦେଇନଥିବାରୁ ବାଚସ୍ପତି 19 ବିଧାୟକଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ପଠାଇଥିଲେ । ଯାହାକୁ ନେଇ ସଚିନଙ୍କ ସମେତ 19 ବିଧାୟକ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ରାଜସ୍ଥାନରେ ଗେହଲଟ ବନାମ ପାଇଲଟ କ୍ଷମତା ଯୁଦ୍ଧରେ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପଲା ଭାରି ରହିଛି । ତାଙ୍କ ସପକ୍ଷରେ ସରକାରର 102 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।

ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି । ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.