ETV Bharat / bharat

ରାଜସ୍ଥାନ ରାଜନୀତି ରଣ : ଗେହଲଟ ବନାମ ପାଇଲଟ

ରାଜସ୍ଥାନ ରାଜନୀତି ରଣ : ଗେହଲଟ ବନାମ ପାଇଲଟ
ରାଜସ୍ଥାନ ରାଜନୀତି ରଣ : ଗେହଲଟ ବନାମ ପାଇଲଟ
author img

By

Published : Jul 16, 2020, 7:06 AM IST

Updated : Jul 16, 2020, 1:52 PM IST

13:51 July 16

ହାଇକୋର୍ଟ ଗଲେ ସଚିନ

  • ରାଜସ୍ଥାନ ହାଇକୋର୍ଟରେ ସଚିନ ପାଇଲଟଙ୍କ ଯାଚିକା  
  • ବିଧାନସଭା ବାଚସ୍ପତି ଦେଇଥିବା ନୋଟିସ ବିରୋଧରେ ଯାଚିକା ଦାଖଲ କରିଥିବା ସୂଚନା
  • 3ଟାରେ ହୋଇପାରେ ଶୁଣାଣି
  • ଅନଲାଇନ ମାଧ୍ୟମରେ ଯାଚିକା ଦାଖଲ କରିଥିବା ସୂଚନା  
  • ସମସ୍ତ 19 ବିଧାୟକଙ୍କ ପକ୍ଷରୁ ଯାଚିକା ଦାଖଲ

12:31 July 16

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଟ୍ବିଟ୍‌

  • କ୍ଷମତା ଯୁଦ୍ଧ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଟ୍ବିଟ୍‌
  • ଅଟୋ ପାଇଲଟ ବନାମ ଫାଇଟର ପାଇଲଟ ବୋଲି ଟ୍ବିଟ୍‌ କଲେ ଶେଖାୱତ

12:26 July 16

କ୍ଷମତା ଲଢେଇ ମଧ୍ୟରେ ଆୟକର ଚଢାଉ

  • ରାଜସ୍ଥାନରେ କ୍ଷମତା ଲଢେଇ ମଧ୍ୟରେ ଆୟକର ବିଭାଗର ଚଢାଉ
  • ବର୍ତ୍ତମାନ ସୁଦ୍ଧା 2କୋଟି 20 ଲକ୍ଷ ଟଙ୍କା ଜବତ
  • ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମ୍ପର୍କୀୟଙ୍କ ଉପରେ ଚଢାଉ
  • ଜୟପୁର, ଦିଲ୍ଲୀ ଓ ମୁମ୍ବାଇରେ ବି ଚଢାଉ

07:15 July 16

ବାଚସ୍ପତିଙ୍କ ନୋଟିସ ବିରୋଧରେ କୋର୍ଟ ଯାଇପାରନ୍ତି ସଚିନ କ୍ୟାମ୍ପ

  • ଆଜି ବାଚସ୍ପତିଙ୍କ ନୋଟିସ ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇପାରନ୍ତି ସଚିନଙ୍କ କ୍ୟାମ୍ପ
  • ଗତକାଲି ସଚିନଙ୍କ ସମେତ 19 ବିଧାୟକଙ୍କୁ ନୋଟିସ ପଠାଇଥିଲେ ବାଚସ୍ପତି
  • କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗନଦେଇଥିବାରୁ ନୋଟିସ ପଠାଇଥିଲେ ବାଚସ୍ପତି

06:23 July 16

ଗେହଲଟ ବନାମ ପାଇଲଟ

ଜୟପୁର: ରାଜସ୍ଥାନ ରାଜନୀତି ରଣରେ ଦିନକୁ ଦିନ ଦେଖିବାକୁ ମିଳୁଛି ନୂଆ ଅସ୍ତ୍ର । କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେଇନଥିବାରୁ ସଚିନ ପାଇଲଟଙ୍କ ସମେତ 19 ବିଧାୟକଙ୍କୁ ବାଚସ୍ପତି ନୋଟିସ ପଠାଇଛନ୍ତି । ସେପଟେ ବିଜେପିରେ ଯୋଗଦେବାକୁ ଆଗ୍ରହ୍ୟ କରି ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ଚର୍ଚ୍ଚାରେ ରଖିଛନ୍ତି ସଚିନ ।  

ବିଜେପି କେବଳ ନିରବ ଦ୍ରଷ୍ଟା ସାଜି ଗେହଲଟ ଓ ପାଇଲଟଙ୍କ କ୍ଷମତା ଯୁଦ୍ଧକୁ ତର୍ଜମା କରୁଥିବା ଚର୍ଚ୍ଚା ହେଉଛି । ସଚିନ ବି କୌଣସି କାର୍ଡ ନଖେଳି ଉଭୟ କଂଗ୍ରେସ ଓ ବିଜେପିକୁ ଦ୍ବନ୍ଦ୍ବରେ ରଖିଛନ୍ତି । ଏପରି ସ୍ଥିତିରେ ସଚିନଙ୍କ ପରବର୍ତ୍ତୀ ନିଷ୍ପତ୍ତିକୁ ଉଭୟ ଦଳ ନଜର ରଖିଥିବାବେଳେ ଆଜି ବିଜେପି ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଯୋଗଦେବେ ବୋଲି କୁହାଯାଉଛି ।  

ସଚିନଙ୍କୁ ମନାଇବା ପାଇଁ କଂଗ୍ରେସ ବି ଚେଷ୍ଟା ଜାରି ରଖିଛି । ସଚିନ ଦଳର ସଦସ୍ୟ ଅଛନ୍ତି । ତାଙ୍କ ପାଇଁ କଂଗ୍ରେ୍ସ ଦ୍ବାର ସବୁବେଳେ ଖୋଲାଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି । ସେପଟେ ସଚିନଙ୍କୁ ମନାଇବା ପାଇଁ ଆଜି ପୁଣି ରାଜ୍ୟରେ କଂଗ୍ରେସର ବୈଠକ ବସିବ ବୋଲି ଶୁଣିବାକୁ ମିଳିଛି । ଯେଉଁଥିରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଯୋଗଦେବେ ବୋଲି କୁହାଯାଇଛି ।  

ସୂଚନାଥାଉକି, କଂଗ୍ରେସରେ ଦେଖାଦେଇଥିବା ଏହି କ୍ଷମତା ଯୁଦ୍ଧ ଭିତରେ ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ହଟାଇ ଦିଆଯାଇଛି । ତାଙ୍କ ସହିତ ଆଉ ଦୁଇମନ୍ତ୍ରୀ ରମେଶ ମୀନା ଓ ବିଶ୍ବେନ୍ଦ୍ର ସିଂହଙ୍କୁ ମଧ୍ୟ ଦଳ ମନ୍ତ୍ରୀପଦରୁ ହଟାଇଛି । ଫଳରେ ସଚିନ କଂଗ୍ରେସରେ ରହିବେ କି କଂଗ୍ରେସ ଛାଡି ବିଜେପିରେ ଯୋଗଦେବେ କିମ୍ବା ଅନ୍ୟ ଦଳ ଗଢିବେ ସେନେଇ ରାଜସ୍ଥାନ ରାଜନୀତିରେ ଉତ୍ସୁକତା ପ୍ରକାଶ ପାଇଛି ।  

Last Updated : Jul 16, 2020, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.