- କଂଗ୍ରେସ ବିଧାୟକ ଦଳ ବୈଠକ ଶେଷ
- 3ଟାରେ ମୁଖ୍ୟମନ୍ତ୍ରୀ ନିବାସରେ ହେବ କ୍ୟାବିନେଟ ବୈଠକ
ରାଜସ୍ଥାନ ରାଜନୀତି ରଣ: ଗେହଲଟ ବନାମ ପାଇଲଟ
14:28 July 21
ମୁଖ୍ୟମନ୍ତ୍ରୀ ନିବାସରେ ହେବ କ୍ୟାବିନେଟ ବୈଠକ
13:02 July 21
କିଛି ସମୟ ପରେ ଆରମ୍ଭ ହେବ କଂଗ୍ରେସ ବିଧାୟକ ଦଳ ବୈଠକ
- କିଛି ସମୟ ପରେ ଆରମ୍ଭ ହେବ କଂଗ୍ରେସ ବିଧାୟକ ଦଳ ବୈଠକ
- ହୋଟେଲରେ ବସିବ ବୈଠକ
- ବୈଠକରେ ଆଗାମୀ ରଣନୀତି ନେଇ ହୋଇପାରେ ଆଲୋଚନା
12:44 July 21
ଶୁଣାଣି 2ଟା ପର୍ଯ୍ୟନ୍ତ ସ୍ଥଗିତ
- କୋର୍ଟର ଶୁଣାଣି 2ଟା ପର୍ଯ୍ୟନ୍ତ ସ୍ଥଗିତ
- ବାଚସ୍ପତିଙ୍କ ନୋଟିସକୁ ବିରୋଧ କରି ହୋଇଥିବା ମାମଲାର ଶୁଣାଣି 2ଟା ପର୍ଯ୍ୟନ୍ତ ସ୍ଥଗିତ ରହିଛି
11:49 July 21
ସଚିନ ପାଇଲଟଙ୍କ ଆଇନଜୀବୀ ରଖିଲେ ପକ୍ଷ
- ସଚିନ ପାଇଲଟଙ୍କ ଆଇନଜୀବୀ ରଖିଲେ ପକ୍ଷ
- ପକ୍ଷ ରଖୁଛନ୍ତି ଆଇନଜୀବୀ ମୁକୁଲ ରେହତୋଗୀ
- ଆଇନଜୀବୀଙ୍କୁ ଯୁକ୍ତ 19 ବିଧାୟକଙ୍କୁ 3 ଦିନର ସମୟ ଦିଆଯାଇଛି, ଯେଉଁଠିକି ଏପର୍ଯ୍ୟନ୍ତ 6 ବିଏସପି ବିଧାୟକ କଂଗ୍ରେସରେ ସାମିଲ ହେବାକୁ ନେଇ କୌଣସି ନୋଟିସ ଦିଆଯାଇନାହିଁ
11:11 July 21
ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କୁ ସିବିଆଇର ଡାକରା
- ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କୁ ସିବିଆଇର ଡାକରା
- କେଉଁ ମାମଲାରେ ଡାକରା ହୋଇଛି ତାହା ଜଣାପଡିନାହିଁ
- ଫୋନ ଟ୍ୟାପିଂ ମାମଲାରେ ଡାକରା ହୋଇଥିବା ଅନୁମାନ କରାଯାଉଛି
11:08 July 21
ଯାଚିକା ଉପରେ ଶୁଣାଣି ଆରମ୍ଭ
- ବାଚସ୍ପତିଙ୍କ ନୋଟିସ ବିରୋଧରେ ଯାଚିକାର ଶୁଣାଣି ଆରମ୍ଭ
- ପ୍ରଥମେ ଆଇନଜୀବୀ ଅଭିଷେକ ମନୁ ସଂଘଭୀ ବାଚସ୍ପତିଙ୍କ ପକ୍ଷ ରଖୁଛନ୍ତି
10:39 July 21
ବାଚସ୍ପତିଙ୍କ ନୋଟିସ ବିରୋଧରେ ଯାଚିକାର ଶୁଣାଣି ଆରମ୍ଭ
ଜୟପୁର: ରାଜସ୍ଥାନରେ ଜାରି ରାଜନୈତିକ ସଂଗ୍ରାମ ମଧ୍ୟରେ ବାଚସ୍ପତି ଦେଇଥିବା ନୋଟିସ୍ ବିରୋଧରେ ସଚିନ ପାଇଲଟଙ୍କ ପକ୍ଷରୁ ଦାଏର ଯାଚିକାର ଶୁଣାଣି ଆରମ୍ଭ । ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜୀତ ମହାନ୍ତି ଓ ଜଷ୍ଟିସ ପ୍ରକାଶ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚରେ ଆରମ୍ଭ ହେଲା ଶୁଣାଣି । ସୋମବାର ହାଇକୋର୍ଟରେ ଶୁଣାଣି ହୋଇଥିବାବେଳେ ଆଜି ପୁଣି ଏହାର ଶୁଣାଣି ହୋଇଛି ।
ସୋମବାର ଶୁଣାଣି ସମୟରେ ବାଚସ୍ପତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସଂଘଭୀ ପକ୍ଷ ରଖିଥିବାବେଳେ ସଚିନ ପାଇଲଟଙ୍କ ପକ୍ଷରୁ ହରିଶ ସାଲଭେ ନିଜର ପକ୍ଷ ରଖିଥିଲେ ।
ଆଜି ଏହି ଶୁଣାଣିରେ ଦୁଇ ପକ୍ଷ କୋର୍ଟରେ ଉପସ୍ଥିତ ରହିଛନ୍ତି । ତେବେ ଏହି ଶୁଣାଣି ପରେ ଅଦାଲତ ନିଜର ରାୟ ପ୍ରକାଶ କରିପାରନ୍ତି ବୋଲି କୁହାଯାଉଛି । ରାଜସ୍ଥାନ ରାଜନୀତିରେ ଜାରି ଅସ୍ଥିରତା ଉପରେ ସାରା ଦେଶର ନଜର ରହିଥିବାବେଳେ ଅନ୍ୟପକ୍ଷେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ଅପେକ୍ଷା ରହିଛି ।
ସୂଚନାଥାଉକି, କଂଗ୍ରେସ କ୍ଷମତା କନ୍ଦଳ ଭିତରେ ବିଧାୟକ ଦଳ ବୈଠକକୁ ସଚିନଙ୍କ ସମେତ 19 ବିଧାୟକ ଆସିନଥିବାରୁ ତାଙ୍କ ବିରୋଧରେ ବାଚସ୍ପତି ନୋଟିସ ପଠାଇଥିଲେ । ଯାହାକୁ ନେଇ ହାଇକୋର୍ଟ ଯାଇଥିଲେ ସଚିନ ।