ETV Bharat / bharat

ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଉପରେ ରୋକ୍ ଲଗାଇଲେ ରାଜସ୍ଥାନ ସରକାର

ରାଜ୍ୟରେ କୋରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ବିଗୁଡୁଥିବାରୁ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜସ୍ଥାନ ସରକାର । ଏହା ସହ ରାଜ୍ୟ ସରକାର ଅକ୍ସିଜେନ ସିଲିଣ୍ଡରର ବ୍ୟବସାୟିକ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଦେଇଛନ୍ତି । ଅଧିକ ପଢନ୍ତୁ...

ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଉପରେ ରୋକ୍ ଲଗାଇଲେ ରାଜସ୍ଥାନ ସରକାର
ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଉପରେ ରୋକ୍ ଲଗାଇଲେ ରାଜସ୍ଥାନ ସରକାର
author img

By

Published : Sep 14, 2020, 10:41 PM IST

ଜୟପୁର: ରାଜ୍ୟରେ କୋରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ବିଗୁଡୁଥିବାରୁ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜସ୍ଥାନ ସରକାର । କୋରୋନା ଯୋଗୁଁ ଯେଉଁମାନଙ୍କ ଅବସ୍ଥା ଗୁରୁତର ସେମାନେ ହିଁ ଅକ୍ସିଜେନ ଆବଶ୍ୟକ କରନ୍ତି । ରାଜସ୍ଥାନର ବହୁ ସଂଖ୍ୟକ ଲୋକ ଏହି ସମୟରେ କୋରୋନାରେ ପୀଡିତ । ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କ ପାଇଁ ଅକ୍ସିଜେନର ବହୁତ ଆବଶ୍ୟକତା ରହିଛି ।

ରାଜସ୍ଥାନର ଭିବାଡି, ଅଲୱାର ଏବଂ ନିମରାଣା ଭଳି ସ୍ଥାନଗୁଡ଼ିକରେ ଅକ୍ସିଜେନ ଯୋଗାଉଥିବା କମ୍ପାନୀଗୁଡିକ ରହିଛି । ଏହି କମ୍ପାନୀଗୁଡିକ ଅନ୍ୟ ରାଜ୍ୟକୁ ଅକ୍ସିଜେନର ବ୍ୟବସାୟିକ ଯୋଗାଣ କରିଥାନ୍ତି । କିନ୍ତୁ ଏବେ ରାଜ୍ୟ ବାହାରୁ ଅକ୍ସିଜେନ ଅର୍ଡର ନେବାକୁ ରାଜ୍ୟ ସରକାର ବାରଣ କରିଛନ୍ତି । ଏଠାରୁ ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ଭଳି ରାଜ୍ୟକୁ ଅକ୍ସିଜେନ ଯୋଗାଇ ଦିଆଯାଉଥିଲା । ରାଜ୍ୟ ସରକାର ଅକ୍ସିଜେନ ସିଲିଣ୍ଡରର ବ୍ୟବସାୟିକ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଦେଇଛନ୍ତି ଏବଂ ଆବଶ୍ୟକ ସ୍ଥଳେ ଡାକ୍ତରଖାନାଗୁଡ଼ିକୁ ଅକ୍ସିଜେନ ଯୋଗାଇବାକୁ କମ୍ପାନୀମାନଙ୍କୁ କହିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜସ୍ଥାନରେ 1 ଲକ୍ଷ 1 ହଜାର 436 ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି, ସେଥିମଧ୍ୟରୁ 81436 ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି, କିନ୍ତୁ 1228 ଜଣଙ୍କର ମୃତ୍ୟୁ ହୋଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.