ETV Bharat / bharat

ବିଧାନସଭା ଅଧିବେଶନ ନେଇ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ରାଜ୍ୟପାଳ

ରବିବାର ବିଧାନସଭା ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟପାଳଙ୍କୁ ନୂଆ ପ୍ରସ୍ତାବ ଦେଇଥିଲେ । ହେଲେ ସୋମବାର ରାଜ୍ୟପାଳ ଏନେଇ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିବା ସୂତ୍ରରୁ ପ୍ରକାଶ ପାଇଛି ।

author img

By

Published : Jul 27, 2020, 2:25 PM IST

ରାଜ୍ୟପାଳ
ରାଜ୍ୟପାଳ

ଜୟପୁର: ରାଜସ୍ଥାନର ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ରାଜ୍ୟପାଳ କଲରାଜ ମିଶ୍ରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ରାଜ୍ୟ ବିଧାନସଭା ଅଧିବେଶ ଡାକିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରୁଥିବା ବେଳେ ରାଜ୍ୟପାଳ ମିଶ୍ର ଏହି ଦାବିକୁ ପ୍ରତ୍ୟାଖାନ କରିଦେଇଛନ୍ତି । ତେବେ ରବିବାର ବିଧାନସଭା ଅଧିବାଶନ ପାଇଁ ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟପାଳଙ୍କୁ ନୂଆ ପ୍ରସ୍ତାବ ଦେଇଥିଲେ । ହେଲେ ସୋମବାର ରାଜ୍ୟପାଳ ଏନେଇ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିବା ସୂତ୍ରରୁ ପ୍ରକାଶ ପାଇଛି ।

ସୂତ୍ର ଅନୁଯାୟୀ, ବିଧାନସଭା ଅଧିବେଶନ ଡାକିବା ନେଇ ରାଜସ୍ଥାନ ରାଜ୍ୟପାଳ କାଲରାଜ ମିଶ୍ର ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ରାଜ୍ୟ ସରକାର ମୋସନ ଅଫ୍ କନଫିଡେନ୍ସକୁ ଘୁଞ୍ଚାଇବାକୁ ଚାହୁଁଛନ୍ତି କି । ଏହା ପ୍ରସ୍ତାବରେ ଉଲ୍ଲେଖ କରାଯାଇ ନାହିଁ । କିନ୍ତୁ ରାଜ୍ୟ ସରକାର ଏନେଇ ଗଣମାଧ୍ୟମରେ କହୁଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି ।

ତେବେ କୋରୋନା ମହାମାରୀକୁ ଦୃଷ୍ଚିରେ ରଖି ବିଧାନସଭା ଅଧିବେଶନ ପାଇଁ ସମସ୍ତ ବିଧାୟକଙ୍କୁ ଡାକିବା କଷ୍ଟକର ହେବ ବୋଲି ମିଶ୍ର କହିଛନ୍ତି। ଏଥିସହ ବିଧାନସଭା ଅଧିବେଶନ ପାଇଁ 21 ଦିନିଆ ବିଜ୍ଞପ୍ତି ପ୍ରଦାନ କରିବା ନେଇ ଚିନ୍ତା କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ । ତେବେ ବିଧାନସଭା ଅଧିବେଶନ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ସୂତ୍ରରୁ ପ୍ରକାଶ ପାଇଛି ।

ରାଜସ୍ଥାନରେ ତୁରନ୍ତ ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କୁ ଦାବି କରୁଛି କଂଗ୍ରେସ । କିନ୍ତୁ ରାଜ୍ୟପାଳ ଏନେଇ ମନା କରିଦେଇଛନ୍ତି । ରାଜସ୍ଥାନ ରାଜ୍ୟପାଳଙ୍କ ସଚିବାଳୟ ଏନେଇ କହିଛି, ଜୁଲାଇ 23 ତାରିଖ ରାତିରେ ଖୁବ୍ କମ୍ ସମୟର ନୋଟିସରେ ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟ ସରକାର ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ସାଧାରଣ ପ୍ରକ୍ରିୟା ଅନୁଯାୟୀ ଅଧିବେଶନ ଡାକିବା ପାଇଁ 21 ଦିନିଆ ବିଜ୍ଞପ୍ତି ଆବଶ୍ୟକ ବୋଲି ଏଥିରେ କୁହାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.