ETV Bharat / bharat

ରାଜସ୍ଥାନ ରାଜନୀତି ରଣ: ଆଜି କଂଗ୍ରେସ ବିଧାୟକ ଦଳ ବୈଠକ

ଅଗଷ୍ଟ 14 ତାରିଖରେ ବିଧାନସଭା ଅଧିବେଶନ ବସିବାକୁ ଥିବାବେଳେ ଆଜି ରାଜସ୍ଥାନରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ବିଧାୟକମାନେ ରହିଥିବା ହୋଟେଲରେ ହିଁ ଏହି ବୈଠକ ବସିବ ।

ରାଜସ୍ଥାନ ରାଜନୀତି ରଣ: ଆଜି କଂଗ୍ରେସ ବିଧାୟକ ଦଳ ବୈଠକ
ରାଜସ୍ଥାନ ରାଜନୀତି ରଣ: ଆଜି କଂଗ୍ରେସ ବିଧାୟକ ଦଳ ବୈଠକ
author img

By

Published : Jul 30, 2020, 8:46 AM IST

ଜୟପୁର: ରାଜସ୍ଥାନରେ ଚାଲିଥିବା କ୍ଷମତା ଯୁଦ୍ଧ ମଧ୍ୟରେ ଆଜି ପୁଣି ବସୁଛି କଂଗ୍ରେସ ବିଧାୟକ ଦଳ ବୈଠକ । ଗତକାଲି ରାଜ୍ୟପାଳ ବିଧାନସଭା ଅଧିବେଶନ ଅଗଷ୍ଟ 14 ତାରିଖରେ ଡାକିବାକୁ ଅନୁମତି ଦେବା ପରେ ଆଜି କଂଗ୍ରେସର ପ୍ରଥମ ବିଧାୟକ ଦଳ ବୈଠକ ବସୁଛି । ବୈଠକରେ ଦଳର ଆଗାମୀ ରଣନୀତି କଣ ହେବ ସେନେଇ ଆଲୋଚନା କରାଯାଇପାରେ ବୋଲି କୁହାଯାଉଛି ।

ତେବେ ଅଗଷ୍ଟ 14 ତାରିଖକୁ ଆଉ 15 ଦିନ ବାକି ଥିବାବେଳେ ବିଧାୟକ ମାନଙ୍କୁ ଏତେ ଦିନ କିପରି ଏକାଠି ହୋଟେଲରେ ରଖାଯିବ ସେନେଇ ଆଶଙ୍କା ପ୍ରକାଶ ପାଇଛି । କାରଣ ଜୁଲାଇ 13 ତାରିଖରୁ ଏମାନେ ସମସ୍ତେ ହୋଟେଲରେ ରହୁଥିବାବେଳେ ଆହୁରି 15 ଦିନ ରହିବା ନିଶ୍ଚିନ୍ତ ପକ୍ଷେ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି । ଯାହାକୁ ନେଇ ଆଜି ଦିନ 11ଟାରେ ବସିବାକୁ ଥିବା ବିଧାୟକ ଦଳ ବୈଠକରେ ଏହା ଆଲୋଚନା କରାଯାଇପାରେ ବୋଲି ସୂଚନା ମିଳିଛି ।

ସୂଚନାଥାଉକି, ଗତ ବିଧାୟକ ଦଳ ବୈଠକରେ ସମସ୍ତ ବିଧାୟକମାନେ ଏକାଠି ହାତ ଉଠାଇ 21 ଦିନ ହେଉ କିମ୍ବା 31 ଦିନ, ଯେପର୍ଯ୍ୟନ୍ତ ସରକାର ଉପରୁ ବିପଦ ନହଟିଛି ସେପର୍ଯ୍ୟନ୍ତ ସମସ୍ତେ ଏକାଠି ରହିବେ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.