ETV Bharat / bharat

ବିଜେପିକୁ ଟକ୍କର ଦେବାକୁ ମୈଦାନରେ ଜୁନିୟର ଗେହଲଟ

ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ ବିଜେପି କଂଗ୍ରେସ ସରକାର ଭାଙ୍ଗିବାରେ ସଫଳ ହୋଇଛି । କିନ୍ତୁ ଏଥର ବିଜେପି ଏକ ଭୁଲ ରାଜ୍ୟକୁ ବାଛିଛି ବୋଲି ବୈଭବ ଗେହଲଟ କହିଛନ୍ତି ।

author img

By

Published : Jul 25, 2020, 9:47 PM IST

ଜୁନିୟର ଗେହଲଟ
ଜୁନିୟର ଗେହଲଟ

ଜୟପୁର: ରାଜସ୍ଥାନ କଂଗ୍ରେସରୁ ସଚିନ ପାଇଲଟ ପଦ ହରାଇବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୁଅ ଏବେ ଦଳରେ ସକ୍ରିୟ ହେବାକୁ ଯାଉଛନ୍ତି । ଗେହଲୋଟଙ୍କ ପୁଅ ବୈଭବ ଗେହଲଟ ଶନିବାର ଜୟପୁରରେ କଂଗ୍ରେସର ବିରୋଧ ପ୍ରଦର୍ଶନ କାର୍ଯ୍ୟକ୍ରମରେ ପହଞ୍ଚିଛନ୍ତି । କଂଗ୍ରେସ ଶନିବାର ସମଗ୍ର ରାଜ୍ୟର ଜିଲ୍ଲା ମୁଖ୍ୟାଳୟରେ ବିଜେପି ବିରୋଧରେ ପ୍ରଦର୍ଶନ କରୁଛି । ଏହି ସମୟରେ ବିଜେପି ଉପରେ ବର୍ଷିଛନ୍ତି ବୈଭବ ଗେହଲଟ । ସେ କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାରକୁ ହଟାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ଏଥିପାଇଁ ବିଜେପିକୁ କଡା ନିନ୍ଦା କରିଛନ୍ତି ।

ବିଜେପି ବିରୋଧରେ ଜୟପୁରରେ ବିରୋଧ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଦଳ ସମର୍ଥକଙ୍କୁ ସମ୍ବୋଧିତ କରି ବୈଭବ ଗେହଲୋଟ କହିଛନ୍ତି, 'ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ରାଜସ୍ଥାନ ସରକାରକୁ ହଟାଇବା ଷଡଯନ୍ତ୍ରରେ ବିଜେପି ଜଡିତ ଅଛି । ଗତ ଦେଢ ବର୍ଷ ଧରି ଆମେ କୃଷକମାନଙ୍କ ପାଇଁ କାମ କରିଛୁ । ଆମେ କୋରୋନା ଭାଇରସ ସହ ସଫଳତାର ସହ ମୁକାବିଲା କରିଛୁ । ବିଜେପି ଏହାର ମୁକାବିଲା କରିପାରିବ ନାହିଁ । ତେଣୁ ସେମାନେ କଂଗ୍ରେସ ନେତୃତ୍ୱାଧୀନ ରାଜସ୍ଥାନ ସରକାରକୁ ହଟାଇବାକୁ ଷଡଯନ୍ତ୍ର କରୁଛନ୍ତି ।'

ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ ବିଜେପି କଂଗ୍ରେସ ସରକାର ଭାଙ୍ଗିବାରେ ସଫଳ ହୋଇଛି । କିନ୍ତୁ ମୁଁ ନିଶ୍ଚିତ ଯେ ଏଥର ବିଜେପି ଏକ ଭୁଲ ରାଜ୍ୟକୁ ବାଛିଛି। ଏଥର ରାଜସ୍ଥାନରେ କଂଗ୍ରେସ କର୍ମୀମାନେ ଏକଜୁଟ ହୋଇଛନ୍ତି ଏବଂ ସେମାନେ ବିଜେପିର ଏହି ସ୍ୱପ୍ନ ପୂରଣ ହେବାକୁ ଦେବେନାହିଁ।'

ବିଧାନସଭା ଅଧିବେଶନ ନହେବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବୈଭବ । ସେ କହିଛନ୍ତି, ରାଜସ୍ଥାନ ସରକାର ବିଧାନସଭା ଅଧିବେଶନ ଆହ୍ବାନ କରିଥିବା ସମୟରେ ବିଧାନସଭା ଅଧିବେଶନ ନକରିବାର କାରଣ କ’ଣ ? ମଧ୍ୟପ୍ରଦେଶରେ ମହାମାରୀ ମଧ୍ୟରେ ବିଧାନସଭା ଅଧିବେଶନ ଡକାଯାଇଛି । କିନ୍ତୁ ରାଜସ୍ଥାନ ସରକାର ଅଧିବେଶନ ପାଇଁ କହିଲେ ଏଥିପାଇଁ ଅନୁମତି କାହିଁକି ମିଳୁନି ବୋଲି ପ୍ରଶ୍ନ କରିଛନ୍ତି ବୈଭବ ଗେହଲଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.