ETV Bharat / bharat

'ଚାପରେ ପଡି ବିଧାନସଭା ଅଧିବେଶନ ଡାକୁ ନାହାନ୍ତି ରାଜ୍ୟପାଳ' - ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଉପରୁ ଚାପ ପଡୁଥିବା ଯୋଗୁଁ ସେ ବିଧାନସଭା ଅଧିବେଶନ ଡାକୁନଥିବା ଗେହଲଟ କହିଛନ୍ତି ।

ବିଧାନସଭା ଅଧିବେଶନ
ବିଧାନସଭା ଅଧିବେଶନ
author img

By

Published : Jul 24, 2020, 1:40 PM IST

ଜୟପୁର: ରାଜସ୍ଥାନ ହାଇକୋର୍ଟରୁ ସଚିନ ପାଇଲଟ ଏବଂ 18 ବିଦ୍ରୋହୀ ବିଧାୟକଙ୍କୁ ଆଶ୍ବସ୍ଥି ମିଳିବା ପରେ ଜୟପୁରର ଫେୟାରମାଉଣ୍ଟ ହୋଟେଲ ବାହାରେ ଉତ୍ତେଜନା ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଉପରୁ ଚାପ ପଡୁଥିବା ଯୋଗୁଁ ସେ ବିଧାନସଭା ଅଧିବେଶନ ଡାକୁନଥିବା ଗେହଲଟ କହିଛନ୍ତି ।

ଗଣମାଧ୍ୟମକୁ ସମ୍ବୋଧିତ କରି ଗେହଲଟ କହିଛନ୍ତି, 'କୋରୋନା ଏବଂ ରାଜ୍ୟର ରାଜନୈତିକ ପରିସ୍ଥିତିକୁ ନେଇ ଆଲୋଚନା କରିବା ପାଇଁ ବିଧାନସଭା ଅଧିବେଶନ ଡକାଯାଉ ବୋଲି ଆମେ ଚାହୁଁଛୁ । କିନ୍ତୁ କିଛି ଚାପ ହେତୁ ରାଜ୍ୟପାଳ ଅଧିବେଶନକୁ ଡାକିବାକୁ ନିର୍ଦ୍ଦେଶ ଦେଉ ନାହାଁନ୍ତି । ଆମେ ସୋମବାର ଠାରୁ ରାଜ୍ୟସଭା ଅଧିବେଶନ ଆରମ୍ଭ କରିବାକୁ ଚାହୁଁଛୁ। ଅଧିବେଶନରେ ସବୁକିଛି ସ୍ପଷ୍ଟ ହୋଇଯିବ । ରାଜ୍ୟପାଳଙ୍କ ସହ ମୋର ଏକ ଟେଲିଫୋନ୍ ବାର୍ତ୍ତାଳାପ ହୋଇଥିଲା ଏବଂ ତୁରନ୍ତ ଏହି ବିଷୟରେ ନିଷ୍ପତ୍ତି ନେବାକୁ ଅନୁରୋଧ କରିଛି । ଆମେ ବର୍ତ୍ତମାନ ମଧ୍ୟ ତାଙ୍କୁ ଭେଟିବାକୁ ଯାଉଛୁ ।'

ପାଇଲଟ ଏବଂ ତାଙ୍କ ସମର୍ଥକଙ୍କୁ ହାଇକୋର୍ଟରୁ ଆଶ୍ବସ୍ଥି ମିଳିବା ପରେ ଅଶୋକ ଗେହଲଟଙ୍କୁ ତାଙ୍କର ରଣନୀତି ବଦଳାଇବାକୁ ପଡ଼ିଛି । ପାଇଲଟ ଦଳର ସଦସ୍ୟତାକୁ ରଦ୍ଦ କରିବା ତାଙ୍କର ପ୍ରଥମ ରଣନୀତି ଥିଲା । ଏହାପରେ ବିଧାନସଭାର ଏକ ଅଧିବେଶନ ଡାକି ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା । କିନ୍ତୁ ରାଜସ୍ଥାନ ହାଇକୋର୍ଟ ବିଧାନସଭା ବାଚସ୍ପତିଙ୍କ ନୋଟିସକୁ ସ୍ଥଗିତ ରଖିଛନ୍ତି । ଯାହାଦ୍ବାରା ଗେହଲଟଙ୍କୁ ନିଜ ରଣନୀତି ବଦଳାଇବାକୁ ପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.