ETV Bharat / bharat

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୯ ଅଧିକାରୀ କୋରୋନା ସଂକ୍ରମିତ

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ କାର୍ଯ୍ୟାଳୟ ଅର୍ଥାତ୍ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପହଞ୍ଚିଲା କୋରୋନା । ଏବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ୯ଜଣ ଅଧିକାରୀ-କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

author img

By

Published : Aug 27, 2020, 3:33 PM IST

ରାଜସ୍ଥାନ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ୯ ଅଧିକାରୀ କୋରୋନା ସଂକ୍ରମିତ

ଜୟପୁର: ଦେଶରେ କୋରୋନା ସଂକ୍ରମଣର ଗତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ କାର୍ଯ୍ୟାଳୟ ଅର୍ଥାତ୍ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଯାଏଁ କୋରୋନା ସଂକ୍ରମଣ ପହଞ୍ଚି ସାରିଲାଣି। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ୯ଜଣ ଅଧିକାରୀ-କର୍ମଚାରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ସଂସ୍ପର୍ଶ​‌ରେ ଆସିଥିବା ସମସ୍ତ କର୍ମଚାରୀଙ୍କ ନମୁନା ନିଆ ଯାଉଛି।

ଏହା ପୂର୍ବରୁ ଅଗଷ୍ଟ ୧୮ତାରିଖରେ ରାଜସ୍ଥାନର ଫଲୌଦିରୁ ବିଧାୟକ ପବ୍ବାରାମ ବିଶ୍ନୋଇଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ବିଧାୟକ ଶୁକ୍ରବାର ବିଧାନସଭା ଅଧିବେଶନରେ ମଧ୍ୟ ଯୋଗ ଦେଇଥିଲେ। ବିଧାୟକଙ୍କ ପରିବାରରେ ତାଙ୍କ ବ୍ୟତୀତ ତାଙ୍କ ନାତିଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଉଭୟେ ଏବେ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.