ETV Bharat / bharat

'ମୁଖ୍ୟମନ୍ତ୍ରୀ ଭାବେ ଅସୁରକ୍ଷତି ମନେ କରୁଛନ୍ତି ଅଶୋକ ଗେହଲଟ'

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସ୍ମରଣଶକ୍ତି ହ୍ରାସ ପାଇଲାଣି ବୋଲି କହିଛନ୍ତି ସତୀଶ ପୁନିଆ। ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି ସେ ସେ କହିଛନ୍ତି, ଆରଏସଏସ, ବିଜେପି, ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାମ ଜପ କରିବା ଛଡା ଗେହଲଟଙ୍କ ପାଖରେ ବର୍ତ୍ତମାନ ଅନ୍ୟ କିଛି କାମ ନାହିଁ। ଅଧିକ ପଢନ୍ତୁ...

author img

By

Published : Dec 31, 2019, 8:12 PM IST

Rajasthan Chief Minister Ashok Gehlot
'ଗେହଲଟ ମୁଖ୍ୟମନ୍ତ୍ରୀ ଭାବେ ଅସୁରକ୍ଷତି ମନେ କରୁଛନ୍ତି'

ଜୟପୁର: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି ରାଜସ୍ଥାନ ରାଜ୍ୟଶାଖା ବିଜେପି ସଭାପତି ସତୀସ ପୁନିଆ। ଗେହଲଟଙ୍କ ସ୍ମରଣଶକ୍ତି ହ୍ରାସ ପାଇଲାଣି ବୋଲି କହିଛନ୍ତି ସେ। ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି, ‘ଆରଏସଏସ, ବିଜେପି, ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାମ ଜପ କରିବା ଛଡା ଗେହଲଟଙ୍କ ପାଖରେ ବର୍ତ୍ତମାନ ଆଉ କିଛି କାମ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, 'ଗେହଲଟ ମୁଖ୍ୟମନ୍ତ୍ରୀ ଭାବେ ଅସୁରକ୍ଷତି ମନେ କରୁଛନ୍ତି। କାରଣ ରାଜ୍ୟରେ କଂଗ୍ରେସ ବିଭାଜିତ ହୋଇ ଗଲାଣି। ତାଙ୍କର ମାନସିକ ଅବସ୍ଥା ଠିକ୍ ନାହିଁ। ତେଣୁ ତାଙ୍କୁ ଏକ ଭଲ ଡାକ୍ତରର ଆବଶ୍ୟକତା ରହିଛି।’

ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ହେବା ପରଠୁ ରାଜ୍ୟର ବିକାଶ ପାଇଁ କୌଣସି ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ସ୍ମୃତିଶକ୍ତି ହରାଇବାର ରୋଗ ପରିସ୍ଥିତିକୁ ଜଟିଳ କରିଦେଉଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘକୁ ଟାର୍ଗେଟ କରି, ଶାସକ କଂଗ୍ରେସ ନିଜ ବିଫଳତାରୁ ଲୋକଙ୍କ ଧ୍ୟାନ ହଟାଇବା ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଏକ ଦୈନନ୍ଦିନ କାର୍ଯ୍ୟରେ ପରିଣତ ହୋଇଗଲାଣି।

ରାଜସ୍ଥାନରେ ସିଏଏ ଓ ଏନଆରସି କାର୍ଯ୍ୟକାରୀ କରିବାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରତିବାଦ କରିବା ସହ ନିରବ ଶୋଭାଯାତ୍ରା କରିଥିଲେ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.