ETV Bharat / bharat

ଜିଡିପି ଅଭିବୃଦ୍ଧି ହାର ଉପରେ ପ୍ରଶ୍ନ ଉଠାଇଲେ ରାଜନ - impartial data

ପୂର୍ବତନ ଆରବିଆଇ ଗଭର୍ଣ୍ଣର ଜିଡିପି ଅଭିବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଦେଶରେ ନିଯୁକ୍ତ ହାର ନଥିବା ବେଳେ କିଭଳି ଅଭିବୃଦ୍ଧି ବୃଦ୍ଧି ପାଉଛି ତାକୁ ନେଇ ସେ ସନ୍ଦେହ ପ୍ରକଟ କରିଛନ୍ତି।

ଫାଇଲ ଫଟୋ
author img

By

Published : Mar 27, 2019, 3:26 PM IST

ନୂଆଦିଲ୍ଲୀ: ଜିଡିପି ଅଭିବୃଦ୍ଧି ହାର ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ । ଦେଶର ଜିଡିପି ହାର 7% ବୃଦ୍ଧି ରିପୋର୍ଟକୁ ଟାର୍ଗେଟ କରିଛନ୍ତି ସେ। ଏହି ରିପୋର୍ଟ ଉପରେ ସେ ସନ୍ଦେହ ପ୍ରକାଶ କରିବା ସହିତ ରିପୋର୍ଟର ନିରପେକ୍ଷ ଯାଞ୍ଚ ଦାବି କରିଛନ୍ତି ।

ଏକ ସାକ୍ଷାତକାରରେ ରାଜନ କହିଛନ୍ତି, ଦେଶରେ ନିଯୁକ୍ତି ସୃଷ୍ଟି ହେଉନଥିବା ବେଳେ ଜିଡିପି ହାର 7 ପ୍ରତିଶତ ବୃଦ୍ଧି ପାଇବା ଅସମ୍ଭବ। ତେଣୁ ସରକାର ନିରପେକ୍ଷ ଏଜେନ୍ସି ନିଯୁକ୍ତି କରିବା ସହିତ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇପଡିଛି।

ଏପରିକି ଏହି ରିପୋର୍ଟ ସମ୍ପର୍କରେ ସେ ଜଣେ ମନ୍ତ୍ରୀଙ୍କୁ ଜାଣିଛନ୍ତି ବୋଲି କହିଛନ୍ତି। ଯିଏ କହିଥିଲେ, ଯଦି ଦେଶରେ ନିଯୁକ୍ତି ହାର ସର୍ବନିମ୍ନ ତଥା ବୃଦ୍ଧି ହେଉନାହିଁ ତେବେ କଦାପି ଅଭିବୃଦ୍ଧି ହାର ବୃଦ୍ଧି ପାଇବ ନାହିଁ। ତେଣୁ ଆମ ଦେଶରେ 7 ପ୍ରତିଶତ ଅଭିବୃଦ୍ଧି ହାର ହୋଇନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।

2015, ମାର୍ଚ୍ଚ 5ରେ ନିଜ ମୁଦ୍ରାନୀତି ସମୀକ୍ଷାରେ ଜିଡିପି ଡାଟା ପରିବର୍ତ୍ତନକୁ ପ୍ରଂଶସା କରିଥିଲେ ରାଜନ। ପ୍ରଂଶସା କରିବା ସହିତ କେନ୍ଦ୍ରୀୟ ପରିସଂଖ୍ୟନ କାର୍ଯ୍ୟାଳୟ ଦ୍ବାରା ଜିଡିପି ହାର ବୃଦ୍ଧି ହୋଇଥିବା ନେଇ ସେ କହିଥିଲେ ।

ଗତବର୍ଷ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତରଫରୁ ଉପା ସରକାରଙ୍କ ସମୟରେ ଜିଡିପି ତଥ୍ୟକୁ ହ୍ରାସ କରାଯାଇଥିଲା । ଏଥି ସହିତ 2017-18ରେ ଦେଶର ଅଭିବୃଦ୍ଧି ହାର 6.7 ପ୍ରତିଶତରୁ ବଦଳି 7.2 କରାଯାଇଥିଲା ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.