ETV Bharat / bharat

ଏମ୍ସ ଛାତରୁ ଡେଇଁ କୋରୋନା ରୋଗୀଙ୍କ ଆତ୍ମହତ୍ୟା

ଗତକାଲି ବିଳମ୍ବିତ ରାତିରେ ଜଣେ କୋରୋନା ସଂକ୍ରମିତ ରୋଗୀ AIIMSର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛି । ତେବେ ଦୁଇ ଘଣ୍ଟା ଧରି AIIMS ରେ ଚିକିତ୍ସା ପରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣକ ରାଜଧାନୀ ରାୟପୁର ଲାଲପୁରର ବାସିନ୍ଦା ଅଟନ୍ତି । ଅଧିକ ପଢନ୍ତୁ...

AIIMS ମେଡ଼ିକାଲ ଛାତରୁ ଡେଇଁ କୋରୋନା ରୋଗୀଙ୍କ ଆତ୍ମହତ୍ୟା

author img

By

Published : Aug 12, 2020, 11:19 AM IST

ରାୟପୁର: କୋରୋନା ପାଇଁ ସାରାବିଶ୍ବ ଭୟଭୀତ । ତେବେ ଏହି ମହାମାରୀ ଭୟରେ କିଛି ଲୋକଙ୍କର ହୃଦଜନିତ ରୋଗରେ ମୃତ୍ୟୁ ହେଉଥିବା ବେଳେ ଆଉ କିଛି ମାନସିକ ଚାପରେ ପଡ଼ି ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳିଛି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟପୁରରେ । ଗତକାଲି ବିଳମ୍ବିତ ରାତିରେ ଜଣେ କୋରୋନା ସଂକ୍ରମିତ ରୋଗୀ AIIMSର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛି । ତେବେ ଦୁଇ ଘଣ୍ଟା ଧରି AIIMS ରେ ଚିକିତ୍ସା ହେବା ପରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

ମୃତକଙ୍କ ନାମ ବୁଦ୍ଧାରୁ ସାହୁ(65) । ସେ ରାୟପୁରର ଲାଲପୁର ବାସିନ୍ଦା ଅଟନ୍ତି । କୋରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଅଗଷ୍ଟ 7 ରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କୋରୋନା ଚିହ୍ନଟ ପରେ ସେ ବହୁତ ଡରି ଯାଇଥିଲେ । ଏହା ଦେଖି ତାଙ୍କୁ ଅଗଷ୍ଟ 8 ରେ ମାନସିକ ରୋଗ ବିଶେଷଜ୍ଞଙ୍କ ନିକଟକୁ ମଧ୍ୟ ନିଆଯାଉଥିଲା ।

ଏପରି ଅନେକ ଘଟଣା ଘଟିଛି ଯେଉଁଠାରେ ରୋଗୀମାନେ ଭୟଭୀତ ହୋଇ ଏପରି ପଦକ୍ଷେପ ନେଉଛନ୍ତି, ଯଦିଓ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏହିପରି ରୋଗୀଙ୍କ ପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କ ବ୍ୟବସ୍ଥା କରୁଛନ୍ତି। ଏବଂ କ୍ରମାଗତ ଭାବରେ ଲୋକଙ୍କୁ ଏହା ବିଷୟରେ ଅବଗତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.