ETV Bharat / bharat

ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି: କାଚୁଛି ବର୍ଷା, ଖସୁଛି ତାପମାତ୍ରା

author img

By

Published : May 31, 2020, 8:38 AM IST

ରାଜଧାନୀ ବାସୀଙ୍କୁ ପ୍ରବଳ ଉତ୍ତାପରୁ ସାମାନ୍ୟ ଆଶ୍ବସ୍ତି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ବର୍ଷା। ଯାହାଫଳରେ ବିଭିନ୍ନ ସ୍ଥାନରେ ପାଣି ଜମିବା ସହ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି: କାଚୁଛି ବର୍ଷା, ଖସୁଛି ତାପମାତ୍ରା
ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି: କାଚୁଛି ବର୍ଷା, ଖସୁଛି ତାପମାତ୍ରା

ନୂଆଦିଲ୍ଲୀ: ଅସହ୍ୟ ଗୁଳୁଗୁଳିକୁ ମୁଣ୍ଡ ଫଟା ଖରା। ଏନେଇ ଜନଜୀବନ ଏକଦମ ବ୍ୟତିବ୍ୟସ୍ତ ହୋଇପଡିଥିଲା। ଅସରାଏ ବର୍ଷାକୁ ଅପେକ୍ଷା କରି ଗରମରୁ ନିସ୍ତାର ପାଇଁ ତ୍ରାହି ତ୍ରାହି ଡାକୁଥିଲେ ଦିଲ୍ଲୀ ବାସୀ। ପ୍ରତ୍ୟେକ ଦିନ ଓ ରାତିର ତାପମାତ୍ରା 40 ଡିଗ୍ରୀ ପରେ ରହୁଥିବା ଏହାକୁ ସହ୍ୟ କରିବା ସେଠାକାର ଲୋକଙ୍କ ପକ୍ଷେ କଷ୍ଟକର ବ୍ୟପାର ଥିଲା।

ତେବେ ଏଥିରୁ ରବିବାର ସାମାନ୍ୟ ମୁକ୍ତି ମିଳିଛି। ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ବର୍ଷା। ଯାହାଫଳରେ ବିଭିନ୍ନ ସ୍ଥାନରେ ପାଣି ଜମିବା ସହ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଉତ୍ତର ପୂର୍ବ ଦିଲ୍ଲୀ, ଦକ୍ଷିଣ ପୂର୍ବ ଦିଲ୍ଲୀ, ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦର କିଛି ଅଂଶରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବ। ଏହାସହ ପବନର ବେଗ 30-35 କିଲୋମିଟର ବେଗରେ ବହିବ।

ଶୁକ୍ରବାର (ମେ 29) ସନ୍ଧ୍ୟାରେ ଜାତୀୟ ରାଜଧାନୀ ତଥା ପଡୋଶୀ ଅଞ୍ଚଳକୁ ପ୍ରବଳ ବର୍ଷା ହୋଇଥିଲା। ଏବଂ ଆଇଏମଡି କହିଛି ଯେ ଜୁନ୍ 1 ପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଏହିପରି ପାଣିପାଗ ଅବସ୍ଥା ବଜାୟ ରହିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.