ମୁମ୍ବାଇ: ଆରବ ସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆଉ ଏହାର ପ୍ରଭାବ ମହାରାଷ୍ଟ୍ର ଓ ଗୁଜୁରାଟରେ ଦେଖିବାକୁ ମିଳିଲାଣି । ବର୍ଷାରେ ଭିଜିଲା ମାୟାନଗରୀ ମୁମ୍ବାଇ । ମାୟା ନଗରୀ ମୁମ୍ବାଇରେ ହାଲକା ବର୍ଷା ହୋଇଛି । ମହାରାଷ୍ଟ୍ରର ବିଭିନ୍ନ ସ୍ଥାନ ସମେତ ମୁମ୍ବାଇରେ ମଧ୍ୟ ବର୍ଷା ହୋଇଛି । ସୋମବାର ପାଗ ମେଘୁଆ ରହିବା ସହିତ କିଛି ସ୍ଥାନରେ ହାଲକା ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
ତେବେ ଏଭଳି ପାଗ ଗୋଟିଏ ସପ୍ତାହ ଧରି ଲାଗି ରହିବା ବୋଲି ଆକଳନ କରିଛି ବିଭାଗ । ଆଗକୁ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି ।
ସୌଜନ୍ୟ @ANI