ETV Bharat / bharat

ଦିଲ୍ଲୀ ରେଳ ଷ୍ଟେସନରେ ନିୟୋଜିତ ହେବ ସିସିଟିଭି ଡ୍ରୋନ - ଦିଲ୍ଲୀ ରେଳ ଷ୍ଟେସନରେ ଲାଗିବ ସିସିଟିଭି ଡ୍ରୋନ୍

ଦିଲ୍ଲୀ ରେଳ ଷ୍ଟେସନ ଉପରେ ସିସିଟିଭି ଡ୍ରୋନ୍ ନିୟୋଜିତ କରିବାକୁ ଅଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି। ସୁରକ୍ଷା ବୃଦ୍ଧି ପାଇଁ ଏଭଳି ନଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

ଦିଲ୍ଲୀ ରେଳ ଷ୍ଟେସନରେ ନିୟୋଜିତ ହେବ ସିସିଟିଭି ଡ୍ରୋନ୍

author img

By

Published : Aug 22, 2020, 9:17 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲଗାତାର ଆତଙ୍କବାଦୀଙ୍କ ନଜର ରହିଛି । ଅନେକ ଆତଙ୍କବାଦୀ ସଂଗଠନ ରାଜଧାନୀରେ ବିସ୍ଫୋରଣ ଭଳି ଷଡଯନ୍ତ୍ର ରଚୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ରେଳ ଷ୍ଟେସନ ଉପରେ ସିସିଟିଭି ଡ୍ରୋନ୍ ନିୟୋଜିତ କରିବାକୁ ଅଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି। ସୁରକ୍ଷା ବୃଦ୍ଧି ପାଇଁ ଏଭଳି ନଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

ଉତ୍ତର ରେଳବାଇ ଦ୍ବାରା ଦୁଇଟି ମାନବ ବିହୀନ ବିମାନ ଯାନ (UAV) କ୍ରୟ କରାଯାଇଛି। ଯାହାକୁ ରେଳ ଷ୍ଟେସନର ୟାର୍ଡ ଏବଂ କର୍ମଶାଳା ସମେତ ଅନ୍ୟାନ୍ୟ ରେଳ ସୁବିଧା ଉପରେ ନଜର ରଖିବା ପାଇଁ ବ୍ୟବହାର କରାଯିବ ।

ଏହି ଡ୍ରୋନ ଷ୍ଟେସନର ଓଭରବ୍ରିଜ୍ ଏବଂ ପ୍ଲାଟଫର୍ମରେ ଭିଡ଼ ଉପରେ ମଧ୍ୟ ନଜର ରଖିବାରେ କାର୍ଯ୍ୟ କରିବ । ଏହା ଷ୍ଟେସନ ପରିସରରେ ହେଉଥିବା ଜୁଆ ଖେଳ, ଅଳିଆ ଫିଙ୍ଗିବା ଏବଂ ରେଳ ପ୍ଲାଟଫର୍ମରେ ଜବରଦଖଲ କରିବା ଭଳି ଅପରାଧିକ ତଥା ସାମାଜିକ ବିରୋଧୀ ଉପାଦାନଗୁଡ଼ିକୁ ଯାଞ୍ଚ କରିବା ପାଇଁ ମଧ୍ୟ ବ୍ୟବହୃତ ହେବ ।

ତେବେ ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଡ୍ରୋନର ଆଗମନ ରେଳ ସୁରକ୍ଷା ବଳକୁ ଷ୍ଟେସନ ତଥା ଟ୍ରାକ ଉପରେ ନଜର ରଖିବାରେ ସାହାଯ୍ୟ କରିବ। ଏହା ଅପରାଧୀଙ୍କ ଉପରେ ମଧ୍ୟ ନଜର ରଖିବା ପାଇଁ ସହାୟତା ଯୋଗାଇବ। ରେଳବାଇର ସାଇବର ଆଧୁନିକୀକରଣ ସେଲରୁ ରେଳ ସୁରକ୍ଷା ବଳ (ଆରପିଏଫ) ର ଏକ ଟିମ୍ ଅଛି। ଡ୍ରୋନ୍ ଉଡ଼ାଇବା ପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି। ମୁମ୍ବାଇର ରେଳ ଷ୍ଟେସନଗୁଡିକ ଅନୁମତି ପାଇସାରିଛନ୍ତି । ବର୍ତ୍ତମାନ ଦିଲ୍ଲୀ ଏହି ସୁବିଧା ପାଇବ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.