ETV Bharat / bharat

120 ଦିନ ପର୍ଯ୍ୟନ୍ତ ଆଡଭାନ୍ସ ରିଜରଭେସନ ଅବଧି ବୃଦ୍ଧି କଲା ରେଳବାଇ - Special Train

ଏବେ ମେ 12 ରୁ ରାଜାଧାନୀ ରୁଟରେ 15 ଯୋଡି ଟ୍ରେନ ଚାଲୁଥିବା ବେଳେ ଜୁନ 1 ରୁ 100 ଯୋଡି ନୂଆ ସ୍ବତନ୍ତ୍ର ଟ୍ରେନ ଚାଲିବ ବୋଲି ରେଳବାଇ ସୂଚନା ଦେଇଛି । ଏତିକି ବେଳେ ସ୍ବତନ୍ତ୍ର ଟ୍ରେନରେ ଆଡଭାନ୍ସ ରିଜରଭେସନ ବୁକିଂ ପିରିୟଡକୁ ରେଳବାଇ 30 ଦିନରୁ 120 ଦିନକୁ ବୃଦ୍ଧି କରିଛି ।

120 ଦିନ ପର୍ଯ୍ୟନ୍ତ ଆଡଭାନ୍ସ ରିଜରଭେସନ ଅବଧି ବୃଦ୍ଧି କଲା ରେଳବାଇ

author img

By

Published : May 29, 2020, 12:18 PM IST

ନୂଆଦିଲ୍ଲୀ: ସ୍ବତନ୍ତ୍ର ଟ୍ରେନରେ ଆଡଭାନ୍ସ ରିଜରଭେସନ ବୁକିଂ ପିରିଅଡକୁ ରେଳବାଇ 30 ଦିନରୁ 120 ଦିନକୁ ବୃଦ୍ଧି କରିଛି । ଏବେ ମେ 12 ରୁ ରାଜାଧାନୀ ରୁଟରେ 15 ଯୋଡି ଟ୍ରେନ ଚାଲୁଥିବା ବେଳେ ଜୁନ 1 ରୁ 100 ଯୋଡି ନୂଆ ସ୍ବତନ୍ତ୍ର ଟ୍ରେନ ଚାଲିବ ବୋଲି ରେଳବାଇ ସୂଚନା ଦେଇଛି ।

ରେଳବାଇ ଏକ ବିବୃତ୍ତିରେ କହିଛି ଯେ ରେଳ ମନ୍ତ୍ରଣାଳୟ 30 ଦିନରୁ 120 ଦିନ ପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିବା ସମସ୍ତ ସ୍ପେସିଆଲ ଆଗୁଆ ସଂରକ୍ଷଣ ଅବଧି (ଆର୍ପି) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଏହି 230 ଟ୍ରେନରେ ପାର୍ସଲ ଏବଂ ଲଗେଜ୍ ବୁକିଂ ଅନୁମତି ଦିଆଯିବ ।

ଏଥିରେ କୁହାଯାଇଛି ଯେ ଅନ୍ୟ ବୁକିଂ, ରାସ୍ତାକଡ ଷ୍ଟେସନରେ ତତ୍‌କାଳ କୋଟା ଆବଣ୍ଟନ ସିଟ ଏବଂ ଅନ୍ୟାନ୍ୟ ବୁକିଂ ରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେଗୁଡିକ ପୂର୍ବ ପରି ରେଗୁଲାର ସମୟରେ ହେବ ବୋଲି କୁହାଯାଇିଛି ।

ମେ 31 ପର ଠାରୁ ଏହି ସମସ୍ତ ପରିବର୍ତ୍ତନ ଗୁଡିକ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.