ETV Bharat / bharat

ପୁରୁଣା ନିୟମକୁ ଫେରିଲା ଭାରତୀୟ ରେଳ, 30 ମିନିଟ ପୂର୍ବରୁ ମିଳିବ ଦ୍ବିତୀୟ ସଂରକ୍ଷିତ ଚାର୍ଟ

author img

By

Published : Oct 10, 2020, 4:55 PM IST

ଶନିବାର ଭାରତୀୟ ରେଲଓ୍ବେ ତା'ର ପୂର୍ବ ନିୟମ ଅନୁଯାୟୀ 30 ମିନିଟ୍ ପୂର୍ବରୁ ଟିକେଟ୍ କରିବା ପଦ୍ଧତିକୁ ଫେରିଛି । କୋରୋନା ମହାମାରୀ କାରଣରୁ ରେଲଓ୍ବେ ବୋର୍ଡ ମେ 11 ରେ ଏକ ନିର୍ଦ୍ଦେଶ ଜାରି କରି ଟିକେଟ୍ ସଂରକ୍ଷଣର ନିୟମକୁ ପରିବର୍ତ୍ତନ କରିଥିଲା । ଅଧିକ ପଢନ୍ତୁ...

ପ୍ରି-କୋଭିଡ ସଂରକ୍ଷଣ ଚାର୍ଟ ସିଷ୍ଟମ ପୁନରୁଦ୍ଧାର

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କୁ ଆଶ୍ବସ୍ଥି ମିଳିଛି । ଶନିବାର ଭାରତୀୟ ରେଳ ତା'ର ପୂର୍ବ ନିୟମ ଅନୁଯାୟୀ 30 ମିନିଟ୍ ପୂର୍ବରୁ ଟିକେଟ୍ କରିବା ପଦ୍ଧତିକୁ ଫେରିଛି । କୋରୋନା ମହାମାରୀ କାରଣରୁ ରେଲଓ୍ବେ ବୋର୍ଡ ମେ 11 ରେ ଏକ ନିର୍ଦ୍ଦେଶ ଜାରି କରି ଟିକେଟ୍ ସଂରକ୍ଷଣର ନିୟମକୁ ପରିବର୍ତ୍ତନ କରି ଟ୍ରେନ୍ ଛାଡିବାର ଦୁଇ ଘଣ୍ଟା ପୂର୍ବରୁ ଦ୍ବିତୀୟ ସଂରକ୍ଷଣ ଚାର୍ଟ ପ୍ରସ୍ତୁତି ସମୟକୁ ବଦଳାଇ ଦେଇଥିଲା।

ରେଳମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ବିବୃତ୍ତିରେ କୁହାଯାଇଛି ଯେ, ପ୍ରି-କୋଭିଡ ନିୟମ ଅନୁଯାୟୀ ଟ୍ରେନ ନିର୍ଦ୍ଧାରିତ ସମୟର ଅତିକମରେ 4 ଘଣ୍ଟା ପୂର୍ବରୁ ପ୍ରଥମ ସଂରକ୍ଷଣ ଚାର୍ଟ ପ୍ରସ୍ତୁତ କରାଯାଉଥିଲା । ଏହାପରେ ଉପଲବ୍ଧ ସିଟଗୁଡିକ ପାସେଞ୍ଜର ରିଜରଭେସନ ସିଷ୍ଟମ କାଉଣ୍ଟରରେ ଏବଂ ଦ୍ବିତୀୟ ୟଂରକ୍ଷଣ ଚାର୍ଟ ଇଣ୍ଟରନେଟ ମାଧ୍ୟମରେ ବୁକ୍ ହୋଇପାରିବ ।

ତେବେ ପୂର୍ବ ନିୟମ ଅନୁଯାୟୀ ଦ୍ବିତୀୟ ସଂରକ୍ଷଣ ଚାର୍ଟ ଟ୍ରେନ ଛାଡିବାର 30 ରୁ 5 ମିନିଟ ପୂର୍ବରୁ କରାଯାଇ ପାରିବ । ସେହିଭଳି ଏହି ସମୟ ମଧ୍ୟରେ ପୂର୍ବରୁ ବୁକ୍ ହୋଇଥିଲା ଟିକେଟ୍ ବାତିଲ୍ କରିବାକୁ ଅନୁମତି ମଧ୍ୟ ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.