ETV Bharat / bharat

ରେଲୱେ ବାତିଲ କଲା ଆଉ ୧୦ ପାର୍ବଣ ସ୍ପେଶାଲ ଟ୍ରେନ୍ - 10 festive special train cancel

ପଞ୍ଜାବରେ ଜାରି ରହିଥିବା କୃଷକ ଆନ୍ଦୋଳନ ଯୋଗୁଁ ଉତ୍ତର-ପଶ୍ଚିମ ରେଲୱେ ନଭେମ୍ବର ୯ ଓ ୧୦ ତାରିଖ ପାଇଁ ଆଉ ୧୦ଟି ପାର୍ବଣ ସ୍ପେଶାଲ ଟ୍ରେନ ବାତିଲ କରିଛି । ଏହାସହ ଲାଲଗଡ- ଡିବ୍ରୁଗଡ-ଲାଲଗଡ ରେଳ ସେବା ମାର୍ଗ ପରିବର୍ତ୍ତନ କରାଯାଇଛି । ଅଧିକ ପଢନ୍ତୁ...

railway cancel 10 festive special train
ରେଲୱେ ବାତିଲ କଲା ଆଉ ୧୦ ପାର୍ବଣ ସ୍ପେଶାଲ ଟ୍ରେନ୍
author img

By

Published : Nov 9, 2020, 3:20 PM IST

ଜୟପୁର: ରାଜସ୍ଥାନର ପଡୋଶୀ ରାଜ୍ୟ ପଞ୍ଜାବରେ ଜାରି ରହିଛି କୃଷକ ଆନ୍ଦୋଳନ । ଆନ୍ଦୋଳନ ଯୋଗୁଁ ଉତ୍ତର-ପଶ୍ଚିମ ରେଲୱେ ନଭେମ୍ବର ୯ ଓ ୧୦ ତାରିଖ ପାଇଁ ଆଉ ୧୦ଟି ପାର୍ବଣ ସ୍ପେଶାଲ ଟ୍ରେନ ବାତିଲ କରିଛି । ଏହାସହ ଲାଲଗଡ- ଡିବ୍ରୁଗଡ-ଲାଲଗଡ ରେଳ ସେବା ମାର୍ଗ ପରିବର୍ତ୍ତନ କରାଯାଇଛି । ଏହି ରେଳ ସେବା ରଦ୍ଦ ହେବା ଯୋଗୁଁ ଦିପାବଳୀରେ ଘରକୁ ଆସିବା ପାଇଁ ଟିକେଟ ବୁକିଂ କରିଥିବା ଯାତ୍ରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଯାତ୍ରୀଙ୍କୁ ବର୍ତ୍ତମାନ ଘରକୁ ଆସିବା ପାଇଁ ଅନ୍ୟ ବିକଳ୍ପ ଖୋଜିବାକୁ ପଡିବ।

ଉତ୍ତର ପଶ୍ଚିମ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୁନୀଲ ବେନିୱାଲଙ୍କ ଅନୁଯାୟୀ, ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ରେଳବାଇ ଅନେକ ଟ୍ରେନକୁ ବାତିଲ କରିଛି । ଆନ୍ଦୋଳନ ଯୋଗୁଁ ରେଳବାଇ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେଉଛି। ତେବେ ଏନେଇ ଆସନ୍ତା ଦୁଇ ଦିନ, ଅର୍ଥାତ 9 ଏବଂ 10 ନଭେମ୍ବର ପାଇଁ 10 ଟି ଟ୍ରେନ୍ ବାତିଲ କରାଯାଇଛି ଏବଂ ଗୋଟିଏ ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ଗାଡି ସଂଖ୍ୟା ୦୫୯୧୦ ଲାଲଗଡ- ଡିବ୍ରୁଗଡ ରେଳ ସେବା, ଯାହା ନଭେମ୍ବର ୯ ତାରିଖରେ ଲାଲଗଡରୁ ପ୍ରସ୍ଥାନ କରିବାର ଥିଲା ତାହା ବର୍ତ୍ତମାନ ମାର୍ଗ ପରିବର୍ତ୍ତନ କରି ହନୁମାନଗଡ-ସାଦୁଲପୁର-ହିସାର-ଭିବାନି-ରୋହତକ ହୋଇ ସଞ୍ଚାଳିତ ହେବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବରେ କୃଷକ ଆନ୍ଦୋଳନ, ରାଜସ୍ଥାନରେ ଗୁର୍ଜର ଆରକ୍ଷଣ ଆନ୍ଦୋଳନ ଯୋଗୁଁ ଉତ୍ତର-ପଶ୍ଚିମ ରେଲୱେ ଲଗାତାର ଟ୍ରେନ ବାତିଲ କରୁଛନ୍ତି ଓ ମାର୍ଗ ପରିବର୍ତ୍ତନ କରୁଛନ୍ତି। ରେଳ ଅନୁଯାୟୀ, ଯେପର୍ଯ୍ୟନ୍ତ ଉଭୟ ରାଜ୍ୟରେ ଆନ୍ଦୋଳନ ଜାରି ରହିବ ସେ ପର୍ଯ୍ୟନ୍ତ ଟ୍ରେନ୍ ବାତିଲ ଏବଂ ଡାଇଭର୍ସନ ପ୍ରକ୍ରିୟା ଜାରି ରହିବ। ରାଜସ୍ଥାନରେ ଗୁର୍ଜର ଆନ୍ଦୋଳନକାରୀ ଦିଲ୍ଲୀ-ମୁମ୍ବାଇ ରେଳ ମାର୍ଗରେ ଭରତପୁର ବୟାନା ନିକଟରେ ପିଲପୁରା ରେଳ ଧାରଣା କବଜା କରି ରଖିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.