ETV Bharat / bharat

ମୃତ୍ୟୁକୁ ମାତ୍‌ ଦେଇ ବଞ୍ଚିଗଲେ ମହିଳା

ମହାରାଷ୍ଟ୍ରର ରାୟଗଡରେ ଥିବା ପାଞ୍ଚ ମହଲା କୋଠା ଭୁଶୁଡ଼ିବାର 36 ଘଣ୍ଟାରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଏହି ମହିଳା 26 ଘଣ୍ଟା ଧରି ଆବର୍ଜନା ତଳେ ଫସି ରହିଥିଲେ । ଅଧିକ ପଢନ୍ତୁ...

author img

By

Published : Aug 26, 2020, 12:14 PM IST

ରାୟଗଡ କୋଠା ଭୁଶୁଡିବା ଘଟଣା; 26 ଘଣ୍ଟା ପରେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର

ମୁମ୍ବାଇ:ମହାରାଷ୍ଟ୍ରର ରାୟଗଡରେ ଥିବା ପାଞ୍ଚ ମହଲା କୋଠା ଭୁଶୁଡ଼ିବାର 36 ଘଣ୍ଟାରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଏହି ମହିଳା 26 ଘଣ୍ଟା ଧରି ଆବର୍ଜନା ତଳେ ଫସି ରହିଥିଲେ । କୁହାଯାଉଛି ଯେ ମଙ୍ଗଳବାର ରାତି 10 ଟାରେ ଏନଡିଆରଏଫ ଟିମ୍ ମହିଳାଙ୍କୁ ବାହାରକୁ ଆଣିଥିଲେ ।

ସୂଚନାନୁସାରେ, ମହିଳାଙ୍କ ନାମ ମେହେରୁନିଶାନ ଅବଦୁଲ ହାମଦ କାଜୀ। ରାତି 10ଟାରେ ତାଙ୍କୁ ଏନଡିଆରଏଫ ଉଦ୍ଧାରକାରୀ ଦଳ ଜୀବନ୍ତ ବାହାରକୁ ଆଣିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ 8 ଜଣ ମହିଳାଙ୍କ ସମେତ 15 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ 7 ପୁରୁଷ ଏବଂ 8 ଜଣ ମହିଳା ଅଛନ୍ତି । ଏହି ବିଲ୍ଡିଂରେ 40 ଟି ଫ୍ଲାଟ ଥିଲା । ଯେଉଁଥିରେ 84 ଜଣ ଲୋକ ବାସ କରୁଥିବା କୁହାଯାଇଛି ।

ସୂଚନାଥାଉକି, ମହାରାଷ୍ଟ୍ର ରାୟଗଡ ମହଦ ସହରର କାଜଲପୁର ଅଞ୍ଚଳରେ 5 ମହଲା କୋଠା ଭୁଶୁଡି ପଡିଥିଲା। ଦୁର୍ଘଟଣାରେ ଅନେକ ଲୋକ ଚାପି ହୋଇରହିଥିଲେ । ସେମାନଙ୍କ ମଧ୍ୟରୁ 16 ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଘଟଣାକୁ ନେଇ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେପଟେ ଘଟଣାରେ ପୋଲିସ 5 ଜଣଙ୍କ ନାମରେ ମାମଲା ରୁଜୁ କରିଛି । ତେବେ ବିଲଡିଂ ବିଲଡର ଫାରୁଖ କାଜୀ, ଆର୍କିଟେକ୍ଟ ଗୌରବ ଶାହା, ଆରସିସି ଉପଦେଷ୍ଟା ବାହୁବଲୀ ଧମାନେ, ମହଦ ପୌରପାଳିକାର କାର୍ଯ୍ୟନିର୍ବାହୀ ଦୀପକ ଝିଞ୍ଝର ଏବଂ ବିଲଡିଂ ଇନ୍ସପେକ୍ଟର ଶଶିକାନ୍ତ ଦିଘେଙ୍କ ବିରୋଧରେ ଅଭିଯୋଗ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.