ETV Bharat / bharat

ରାହୁଲଙ୍କ ଏକଛତ୍ରବାଦୀ କଟାକ୍ଷ, ପ୍ରତିଉତ୍ତର ଦେଲେ ଜାଭେଡକର

author img

By

Published : Feb 3, 2021, 6:39 PM IST

ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ପରୋକ୍ଷ ତଥା ଅଭିନବ ଟାର୍ଗେଟ । ଅଧିକ ପଢନ୍ତୁ...

ରାହୁଲଙ୍କ ଏକଛତ୍ରବାଦୀ କଟାକ୍ଷ, ପ୍ରତିଉତ୍ତର ଦେଲେ ଜାଭେଡକର
ରାହୁଲଙ୍କ ଏକଛତ୍ରବାଦୀ କଟାକ୍ଷ, ପ୍ରତିଉତ୍ତର ଦେଲେ ଜାଭେଡକର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ପରୋକ୍ଷ ତଥା ଅଭିନବ ଟାର୍ଗେଟ । ସିଧାସଳଖ ନାଁ ନନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକଛତ୍ରବାଦୀ ଶାସକ ବୋଲି ପରୋକ୍ଷ ସମାଲୋଚନା କରିଛନ୍ତି ରାହୁଲ । ରାହୁଲ ପରୋକ୍ଷରେ ବିଶ୍ବର ଅନେକ କ୍ରୁର ଏକଛତ୍ରବାଦୀଙ୍କ ନାଁର ପ୍ରଥମ ଅକ୍ଷର Mରୁ ଆରମ୍ଭ ହୋଇଥାଏ ବୋଲି କହିଛନ୍ତି । ରାହୁଲ ତାଙ୍କ ଟ୍ବିଟରରେ ଏକ ପୋଷ୍ଟ କରି ଏପରି କଟାକ୍ଷ କରିଥିବା ଦେଖିବାକୁ ମିଳିଛି ।

ସେ ଏହି ପୋଷ୍ଟରେ ବିଶ୍ବର କିଛି ଉଗ୍ର ଏକଛତ୍ରବାଦୀ ଶାସକଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିବା ଦେଖିବାକୁ ମିଳିଛି । ମାର୍କୋ, ମୁସୋଲିନ, ମୁବାରକ, ମୁସାରଫ, ମିଲୋସେଭିକ ଆଦି ଉଗ୍ର ଏକଛତ୍ରବାଦୀଙ୍କ ନାମ ଉଲ୍ଲେଖ କରି ଉଦାହରଣ ଦେଇଛନ୍ତି ରାହୁଲ ।

ତେବେ ରାହୁଲଙ୍କ ଉକ୍ତ ପୋଷ୍ଟ ପରେ ତାଙ୍କୁ ପ୍ରତିଉତ୍ତରରେ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର । ଜାଭେଡକର କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ନାମ ମଧ୍ୟ Mରୁ ଆରମ୍ଭ ହୋଇଥାଏ । ଯିଏ ସତ୍ୟ ଓ ଅହିଂସାର ପୂଜାରୀ ଥିଲେ । ଭାରତ ଏକ ପବିତ୍ର ମାଟି, ଏଠି ଏକଛତ୍ରବାଦୀ ନୁହନ୍ତି ବରଂ ଶାନ୍ତିଦୂତ ଗୌତମ ବୁଦ୍ଧ ଓ ମହାବୀରଙ୍କ ଜନ୍ମ ହୋଇଛି ବୋଲି କହିଛନ୍ତି ପ୍ରକାଶ ।

ଏକଥା ରାହୁଲ ଗାନ୍ଧି ବୁଝିବାରେ ସକ୍ଷମ ନୁହନ୍ତି ବୋଲି ରାହୁଲଙ୍କୁ କଟାକ୍ଷ କରିଛନ୍ତି ପ୍ରକାଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରଚ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.