ETV Bharat / bharat

ଗରିବଙ୍କୁ ଖାଦ୍ୟ ଓ ବାସଗୃହ ଯୋଗାଇ ଦେବାକୁ ଅନୁରୋଧ କଲେ ରାହୁଲ ଗାନ୍ଧୀ

author img

By

Published : Mar 28, 2020, 9:54 PM IST

ବାସହୀନ ଲୋକଙ୍କୁ ଖାଦ୍ୟ ଓ ବାସଗୃହ ଯୋଗାଇ ଦେବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଧାରଣ ଜନତା ଓ ନିଜ ଦଳର କର୍ମକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

Rahul urges people to provide food
ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ବାସହୀନ ଲୋକଙ୍କୁ ଖାଦ୍ୟ ଓ ବାସଗୃହ ଯୋଗାଇ ଦେବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଧାରଣ ଜନତା ଓ ନିଜ ଦଳର କର୍ମକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି । ଟ୍ବିଟ କରି ଏହି ସୂଚନା ଦେଇଛନ୍ତି କଂଗ୍ରେସ ନେତା ।

ଶତାଧିକ ଭାଇ ଓ ଭଉଣୀମାନେ ନିଜ ଭୋକିଲା ପରିବାର ସହ ଗାଁକୁ ଫେରୁଛନ୍ତି । ଏଭଳି କଠିନ ସ୍ଥିତିରେ ସେମାନଙ୍କୁ ନିଜ ସାମର୍ଥ ଅନୁଯାୟୀ ସାହାଯ୍ୟ କରନ୍ତୁ ବୋଲି ସେ ଟ୍ବିଟ କରି ଜଣାଇଛନ୍ତି । ମୁଖ୍ୟତଃ କଂଗ୍ରେସ କର୍ମୀ ଓ ନେତାଙ୍କୁ ମୁଁ ଅନୁରୋଧ କରୁଛି ବୋଲି ସେ ଟ୍ବିଟ କରିଛନ୍ତି ।

ବୁଧବାରରୁ ଦିଲ୍ଲୀ-ଗାଜିଆବାଦ ସୀମାରେ କିଛି ଶ୍ରମିକ ଚାଲି ଚାଲି ନିଜ ଗାଁକୁ ଫେରୁଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ କିଛି 21 ଦିନିଆ ଲକ୍ ଡାଉନରେ ଆତଙ୍କିତ ହୋଇ ଆସିଥିବା ବେଳେ ଅନ୍ୟକିଛି ଠିକାଦାର ଛୁଟି ଦେଇଥିବା କାରଣରୁ ଗାଁକୁ ଫେରୁଛନ୍ତି ।

ଅନ୍ୟପକ୍ଷେ ରବର୍ଟ ଭଦ୍ରା ମଧ୍ୟ ଟ୍ବିଟ କରି ବାସହୀନ ଓ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏହାସହ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଏପରି ଲୋକଙ୍କୁ ସହାୟତା କରିବା ପାଇଁ ସେ ଟ୍ବିଟ କରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.