ETV Bharat / bharat

ପୁଣି ହାଥରସ ଅଭିମୁଖେ ରାହୁଲ, କଂଗ୍ରେସକର୍ମୀଙ୍କୁ  ଲାଠିଚାର୍ଜ - କଂଗ୍ରେସକର୍ମୀଙ୍କ ଉପରେ ଲାଠିଚାର୍ଜ

ହାଥରସ ଗଣଦୁଷ୍କର୍ମକୁ ନେଇ ରାଜନୀତି ଜୋର ଧରିଛି । ରାହୁଲ ଗାନ୍ଧୀ ଦିଲ୍ଲୀରୁ ହାଥରସ ଯିବାକୁ ବାହାରିଛନ୍ତି । ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ପ୍ରଶାସନ ମୋଟ 5 ଜଣଙ୍କୁ ହାଥରସ ପରିଦର୍ଶନ କରିବାକୁ ଅନୁମତି ଦେଇଛି।

ହାଥରସ ଅଭିମୁଖେ ରାହୁଲ
ହାଥରସ ଅଭିମୁଖେ ରାହୁଲ
author img

By

Published : Oct 3, 2020, 5:50 PM IST

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମକୁ ନେଇ ରାଜନୀତି ଜୋର ଧରିଛି । ରାହୁଲ ଗାନ୍ଧୀ ଦିଲ୍ଲୀରୁ ହାଥରସ ଯିବାକୁ ବାହାରିଛନ୍ତି । ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ପ୍ରଶାସନ ମୋଟ 5 ଜଣଙ୍କୁ ହାଥରସ ପରିଦର୍ଶନ କରିବାକୁ ଅନୁମତି ଦେଇଛି। ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ କୋରୋନା ପ୍ରୋଟୋକଲ୍ ମାନି ପୀଡିତାଙ୍କ ପରିବାରକୁ ଭେଟିବାକୁ ଅନୁମତି ଦିଆଯାଇଛି।

ଅନ୍ୟପକ୍ଷେ ୟୁପିରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ କଂଗ୍ରେସ କର୍ମୀଙ୍କୁ ଲାଠିଚାର୍ଜ କରିଛି । ଏହାପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ 35 ସାଂସଦଙ୍କ ସହ ହାଥରସ ଅଭିମୁଖେ ଯାତ୍ରା କରିଥିଲେ। ଏହାପରେ କଂଗ୍ରେସ କର୍ମୀ ଉତ୍ସାହିତ ହୋଇ ସରକାର ବିରୋଧି ନାରା ଦେଇଥିଲେ ।

ନୋଏଡାର ଯୁଗ୍ମ ପୋଲିସ କମିଶନର ଲଭ କୁମାର, ଡେପୁଟି କମିଶନର ରଣଭୀର ସିଂ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇଥିଲେ। DND ରେ ପହଞ୍ଚିଥିବା କଂଗ୍ରେସ କର୍ମୀମାନେ ମଧ୍ୟ ନିୟମ ଏବଂ କୋଭିଡ ପ୍ରୋଟୋକଲକୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଲକ୍ଷ୍ନୌରେ ୟୁପି ପ୍ରଦେଶ କଂଗ୍ରେସ ସଭାପତି ଅଜୟ କୁମାର ଲଲୁଙ୍କୁ ଗିରଫ କରାଯାଇଛି। ଲକ୍ଷ୍ନୌର ବହୁଖଣ୍ଡୀରେ ଥିବା ଲାଲୁଙ୍କ ବାସଭବନରେ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ବାସଭବନରେ ପୋଷ୍ଟ କରାଯାଇଥିବା ପୋଲିସ କର୍ମଚାରୀ ଅଜୟ ଲଲୁଙ୍କୁ କୌଣସି ସ୍ଥାନକୁ ଯିବାକୁ ଅନୁମତି ଦେଉ ନାହାଁନ୍ତି।

ପ୍ରକାଶଥାଉକି, ଗୁରୁବାର ଗ୍ରେଟର ନୋଏଡା ଠାରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଏକ୍ସପ୍ରେସୱେ ଦେଇ ହାଥରସ ଯିବାକୁ ଚେଷ୍ଟା କରୁଥିବାବେଳେ ହଙ୍ଗାମା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୋଲିସ ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକ ରଖିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.