ETV Bharat / bharat

ରାହୁଲଙ୍କ ପ୍ରଶ୍ନ: ବ୍ୟାଙ୍କରୁ 1.47 ଲକ୍ଷ କୋଟି ଠକିଥିବା କମ୍ପାନୀକୁ ଦଣ୍ଡ ଦେବେ ସରକାର ?

author img

By

Published : Jul 20, 2020, 12:49 PM IST

କେନ୍ଦ୍ରରେ ମୋଦି ସରକାର ଓ ମୁଖ୍ୟ ବିରୋଧୀ କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ୍ କରି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ରାହୁଲଙ୍କ ପ୍ରଶ୍ନ
ରାହୁଲଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦି ସରକାର ଓ ମୁଖ୍ୟ ବିରୋଧୀ କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି। ଯେତେବେଳେ ଶାସକ ଦଳ ବିଜେପି ତରଫରୁ କଂଗ୍ରେସ ଉପରେ ଆକ୍ରମଣ ହେଉଛି, ସେତେବେଳେ କଂଗ୍ରେସ ତରଫରୁ ଅନେକ ପ୍ରଶ୍ନ ଆସୁଛି। ବର୍ତ୍ତମାନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ୍ କରି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ରାହୁଲ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି, ‘2426 କମ୍ପାନୀ ଲୋକଙ୍କ ସଞ୍ଚୟରୁ 1.47 ଲକ୍ଷ କୋଟି ଟଙ୍କା ଲୁଟି ନେଇଛନ୍ତି। ଲୋକେ ପ୍ରଶ୍ନ କରିଛନ୍ତି ଯେ ସରକାର ଏହି ଲୁଟର ଅନୁସନ୍ଧାନ କରିବେ କି ଓ ଅପରାଧୀଙ୍କୁ ଦଣ୍ଡ ଦେବେ କି ? କିମ୍ବା ସେମାନେ ମଧ୍ୟ ନିରବ ଓ ଲଲିତ ମୋଦିଙ୍କୁ ଖସିଯିବାକୁ ଦେବେ କି ?’ । ପ୍ରକାଶଥାଉକି, ରାହୁଲ ଗାନ୍ଧୀ ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଥିଲେ ।

2019 ଲୋକସଭା ନିର୍ବାଚନ ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଏହାକୁ ପ୍ରସଙ୍ଗ କରିଥିଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ କରିଥିଲେ । କେନ୍ଦ୍ର ସରକାର ଶିଳ୍ପପତିମାନଙ୍କୁ ଉପକୃତ କରୁଥିବା ଅଭିଯୋଗ ମଧ୍ୟ କଂଗ୍ରେସ ଲଗାଇଥିଲା । କୋରୋନା ସଂକ୍ରମଣ କିମ୍ବା ଚୀନ୍ ସହିତ ଅବରୋଧ କାରଣ କିମ୍ବା ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ପ୍ରସଙ୍ଗ, ସବୁଥିରେ ରାହୁଲ ଗାନ୍ଧୀ ସରକାରଙ୍କ ଉପରେ କ୍ରମାଗତ ଆକ୍ରମଣକାରୀ ରହିଆସିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.