ETV Bharat / bharat

ତେଜୁଛି ରାହୁଲ-ରାଜ୍ୟପାଳଙ୍କ ଟ୍ବିଟର ୱାର

ଗତକାଲିର ଟ୍ବିଟ-ରିଟ୍ବିଟ୍‌ ଯୁଦ୍ଧ ପରେ ଆଜି(ବୁଧବାର) ରହୁଲ ଆଉ ଏକ ଟ୍ବିଟ କରି କହିଛନ୍ତି, "କୌଣସି ସର୍ତ୍ତ ନାହିଁ । କୁହନ୍ତୁ ମୁଁ କେବେ ଯିବି କାଶ୍ମୀର ।"

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 14, 2019, 6:03 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଥମିବାର ନାଁ ନେଉନି । ଗତକାଲିର ଟ୍ବିଟ-ରିଟ୍ବିଟ୍‌ ଯୁଦ୍ଧ ପରେ ଆଜି(ବୁଧବାର) ରାହୁଲ ଆଉ ଏକ ଟ୍ବିଟ କରି କହିଛନ୍ତି, "କୌଣସି ସର୍ତ୍ତ ନାହିଁ । କୁହନ୍ତୁ ମୁଁ କେବେ ଯିବି କାଶ୍ମୀର ।"

Rahul Gandhi replay to J&K governor
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଉଲ୍ଲେଖଥାଉ, ଗତକାଲି ରାହୁଲଙ୍କ ଟ୍ବିଟ ପରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ରାହୁଲଙ୍କ ଜମ୍ମୁ-କାଶ୍ମୀର ଆସିବା ନିମନ୍ତ୍ରଣକୁ ପ୍ରତ୍ୟାହାର କରି ନେଇଛନ୍ତି । ତେବେ ପୁଣିଥରେ ଆଜି ରାହୁଲ ଆଉ ଏକ ଟ୍ବଟି କରି କହିଛନ୍ତି, "ପ୍ରିୟ ମଲିକ ଜୀ । ଆପଣ ମୋ ଟ୍ବିଟ୍‌ ଉପରେ ଦେଇଥିବା ପ୍ରତିକ୍ରିୟାକୁ ମୁଁ ଗତକାଲି ପଢ଼ିଲି । ଜମ୍ମୁ-କଶ୍ମୀର ଯିବା ପାଇଁ ଆପଣଙ୍କ ନିମନ୍ତ୍ରଣକୁ ମୁଁ ଗ୍ରହଣ କରୁଛି । କିନ୍ତୁ ମୋର କୌଣସି ସର୍ତ୍ତ ନାହିଁ । ମୁଁ ବିନା ଦ୍ବିଧାରେ ଲୋକମାନଙ୍କୁ ଭେଟିବାକୁ ଚାହୁଁଛି । ତେବେ କୁହନ୍ତୁ ମୁଁ କେବେ ଯିବି ଜମ୍ମୁ କଶ୍ମୀର । "

Rahul Gandhi replay to J&K governor
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ସେଠାକାର ସ୍ଥିତିକୁ ନେଇ ରାହୁଲ ଗାନ୍ଧୀ ବୟାନ ଦେଇଥିଲେ । ଘାଟିରେ ହିଂସା ଉପୁଜୁଥିବା ଖବର ମିଳିଛି ବୋଲି ରାହୁଲ ଗାନ୍ଧୀ ଶନିବାର କହିଥିଲେ । ତେବେ ଏହାର ଜବାବରେ ରାଜ୍ୟପାଳ ରାହୁଲଙ୍କୁ ଜମ୍ମୁ-କାଶ୍ମୀର ଆସି ସ୍ଥିତି ପରଖିବାକୁ ନିମନ୍ତ୍ରଣ ଦେଇଥିଲେ । ଏଥିପାଇଁ ସେ ତାଙ୍କୁ ଏକ ସ୍ବତନ୍ତ୍ର ବିମାନ ପଠାଇବେ ବୋଲି ମଧ୍ୟ କହିଥିଲେ ।

ତେବେ ଏହାର ଉତ୍ତରରେ ମଙ୍ଗଳବାର ରାହୁଲ ଟ୍ବିଟ କରି ରାଜ୍ୟପାଳଙ୍କ ନିମନ୍ତ୍ରଣର ଜବାବ ଦେଇଥିଲେ । ରାହୁଲ ଲେଖିଥିଲେ, “ଆପଣଙ୍କ ବିମାନ ଆମର ଦରକାର ନାହିଁ । ହେଲେ ଆମେ କେମିତି ସ୍ବାଧୀନ ଭାବେ ଜମ୍ମୁ-କଶ୍ମୀରରେ ବୁଲି ପାରିବୁ ଏବଂ ଲୋକଙ୍କ ସହ କଥା ହୋଇପାରିବୁ, ସେ ବ୍ୟବସ୍ଥା କରନ୍ତୁ । ”

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.